Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର,୧୦୦ ୟୁନିଟ ରକ୍ତ ସଂଗ୍ରହ

ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର,୧୦୦ ୟୁନିଟ ରକ୍ତ ସଂଗ୍ରହ

18

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ ହାପିହୋମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରକୁ ଭଦ୍ରକର ଲୋକପ୍ରିୟ ଜିଲ୍ଲାପାଳ ତ୍ରିଲୋଚନ ମାଝି ମୁଖ୍ୟଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଉଦ୍‌ଘାଟନ କରିଥିଲେ ।ଏହି ଶିବିରରେ ୧୦୦ ୟୁନିଟ ରକ୍ତଦାନ ସଂଗ୍ରହ କରାଯାଇଥିଲା । ଅଧିକ ୟୁନିଟ ରକ୍ତ ସଂଗ୍ରହ କରିବାକୁ ସଂଗଠନ ଲକ୍ଷ୍ୟ ରଖିଥିବାବେଳେ ଲଘୁଚାପ ଜନିତ ବର୍ଷାପାଇଁ ଏହା ପୂରଣ ହୋଇପାରି ନଥିଲା ।ଏହି ଅବସରରେ ରାଷ୍ଟ୍ରିୟ ଅଧ୍ୟକ୍ଷ ଇଂ ପ୍ରଦୀପ କୁମାର ବେହେରା ,ରାଜ୍ୟ ଯୁବ ଆବାହକ ନନ୍ଦଲାଲଜୀ,ଜିଲ୍ଲା ସଭାପତି ସୁଧାଂଶୁ ନାୟକ,ସଂପାଦକ ଦିଲିପ ନାୟକ,ରାଜ୍ୟ ଯୁବ ସଂପାଦକ ଅମର ନାୟକ,ଜିଲ୍ଲା ଯୁବସଭାପତି ରବି ନାରାୟଣ ଖିଲାର,ତିହିଡି ବ୍ଲକ ସଭାପତି ହରିଶ୍ଚନ୍ଦ୍ର ବାରିକ,ଯୁବ ସଂପାଦକ ସନ୍ତୋଷ ଦାସ,ଜିଲ୍ଲା ସଂଯୋଜକ କୃଷ୍ମଯୁବ କାଯ୍‌ର୍୍ୟକାରୀ ସଭାପତି ପ୍ରଭାକର ପରିଡା,କୃଷ୍ମଚନ୍ଦ୍ର ମହାକୁଡ,ଉପସଭାପତି ସଂଜୀବ ନାୟକ,ଧାମନଗର ବ୍ଲକ ସାଧାରଣ ସଂପାଦକ କୁଳମଣି ବେହେରା ,ବାସୁଦେବପୁର ସଂପାଦକ ଭାଗିରଥି ପଲେଇ,ସଂପାଦକ ମାଧବାନନ୍ଦ ଖଟୁଆ,ରବୀନ୍ଦ୍ର ଦାସ,ଯୁବନେତା ପ୍ରତାପ ମହାକୁଡ.ରାମଚନ୍ଦ୍ର ଦାସ,ରାଜୀବ ଦାସ,ସାନନ୍ଦ ବେହେରା,ତୁପ ବାରିକ,ସିତେଶ ନାୟକ,ବାଣିକଲ୍ୟାଣ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟକୁ ସଫଳ କରାଇବା ଏହି ସଂଗଠନର ଲକ୍ଷ୍ୟ ଥିଲା । କରୋନା ସମୟରେ ଏହି ସଂଗଠନ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟ କରିଥିବାବେଳେ ବ୍ଲକମାନଙ୍କରେ ଅକ୍‌ସିଜେନ କନ୍‌ଷ୍ଠେଟର ପ୍ରଦାନ ,ବୃକ୍ଷରୋପଣ,ଭଳି ମହତ କାର୍ଯ୍ୟକରି ପ୍ରସଂସନୀୟ ହୋଇପରିଥିଲା । ରକ୍ତଦାନ କରି ଜୀବନ ବଂଚାନ୍ତୁ ଭଳି ମହତ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟଭାଜନ ହୋଇଛନ୍ତି । ଭଦ୍ରକ ମେଡିକାଲ ପକ୍ଷରୁ ଡ. ଶରତ କୁମାର ଆଚାର୍ଯ୍ୟ,ରତିକାନ୍ତ ବଳ,ସାଧୁସୂଦନ ବେହେରା,ଚିତ୍ତରଂଜନ ରାଉତ,ରବୀନ୍ଦ୍ର ଜେନା,ବିଜୟ ଖଟୁଆ,ସୁମିତ୍ରା ଦାସ,ପ୍ରକାଶ ରାଉତ,ଏସ.କେ ବୁଦ୍ଧିଆ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.