Home ଜିଲ୍ଲା ପରିକ୍ରମା ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା ଅଭିଯୋଗ

ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା ଅଭିଯୋଗ

30

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ଦୋବଲସାହି ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ସଂଜୟ ସାହୁ ଆଜି ମୃତ ଅବସ୍ଥାରେ ସ୍ଥାନୀୟ ଗେଙ୍ଗୁଟି ନଦୀରେ ଭାସୁଥିବାବେଳେ ଧାମନଗର ପୋଲିସ ଉକ୍ତ ଶବ ଜବତ କରିଛି । ଘଟଣାରୁ ପ୍ରକାଶଯେ ଉକ୍ତ ଗ୍ରାମର ବାବୁରାମ ସାହୁଙ୍କ ପ୍ରଥମ ସ୍ତ୍ରୀର ପୁଅ ଜଣେ ଭିନ୍ନକ୍ଷମ ସଂଜୟ କୁମାର ସାହୁ (୨୫)ଗତ ଶୁକ୍ରବାର ୧୨ତାରିଖ ଦିନ କେଉଁଆଡ଼େ ପଳାଇଥିଲେ । ଗତକାଲି ସଂଜୟଙ୍କ ସମ୍ପର୍କୀୟ ଜେଜେ କରୁଣାକର ସାହୁ ସଂଜୟ ନିଖୋଜ ଥିବା ଧାମନଗର ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଏ ସମ୍ପର୍କରେ ଏକ ଷ୍ଟେସନ ଡ଼ାଏରୀ ମଧ୍ୟ କରିଥିଲେ । ତେବେ ଆଜି ସକାଳୁ ନନ୍ଦୀପୁର- ଅଙ୍ଗେଇପାଳ ସ୍ଥିତ ଗେଙ୍ଗୁଟୀ ନଦୀରେ ଏକ ଜାଲରେ ସଂଜୟର ମୃତଦେହ ଭାସୁଥିବାର ଦେଖିଥିଲେ । ଏ ସମ୍ପର୍କରେ ପୋଲିସ ଖବରପାଇ ଧାମନଗର ଏସ୍‌ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ଓ ଥାନା ଅଧିକାରୀ ପ୍ରଦୀପ କୁମାର ମହନ୍ତ ଘଟଣା ସ୍ଥଳରେ ପହଂଚିଥିଲେ । ତେବେ ପରିବାରର ବାପ, ମା ଓ ଭାଇ ମିଶି ସଂଜୟକୁ ହତ୍ୟାକରି ନଦୀରେ ଭସାଇଦେଇ ପାରିଥାଆନ୍ତି ବୋଲି କରୁଣାକର ଆଜି ଥାନାରେ ଅଭିଯୋଗ କରିବାପରେ ପୋଲିସ ଏ ସମ୍ପର୍କରେ କେସ ନଂ ୩୦୬/୨୧ ଦଫା ୩୦୨, ୨୦୧ ଆଇପିସିରେ ଏକ ମାମଲା ରୁଜୁକରିଛି ଏବଂ ବାଲେଶ୍ୱରରୁ ଫରେନିସିକ୍ ଟିମ୍ ପହଂଚି ଘଟଣାର ମଧ୍ୟ ତଦନ୍ତକରି ଫେରିଛନ୍ତି । ସୂଚନାଥାଉକି ସଂଜୟ ପିତା- ବାବୁରାମଙ୍କ ପ୍ରଥମ ସ୍ତ୍ରୀର ସାବତ ପୁଅ ହୋଇଥିବାରୁ ତାକୁ ବିଭିନ୍ନ ସମୟରେ ହଇରାଣ ହରକତ କରନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଭଦ୍ରଲୋକ ଓ ଥାନରେ ମଧ୍ୟ ଅନେକବାର ସମାଧାନ ହୋଇଛି । ତେବେ ପୋଲିସ ସଂଜୟର ବାପା ବାବୁରାମଙ୍କୁ ଥାନାରେ ଅଟକରଖି ପଚରାଉଚୁରା କରୁଥିବାବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି ଥାନା ଅଧିକାରୀ ଶ୍ରୀ ମହନ୍ତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.