Home ଜିଲ୍ଲା ପରିକ୍ରମା ଓୟୁଏଟି ରେ ୯୭.୭୧ ପ୍ରତିଶତ ରଖି ଟପ୍ ସ୍କୋରର ହେଲେ ଚନ୍ଦ୍ରପ୍ରସାଦ

ଓୟୁଏଟି ରେ ୯୭.୭୧ ପ୍ରତିଶତ ରଖି ଟପ୍ ସ୍କୋରର ହେଲେ ଚନ୍ଦ୍ରପ୍ରସାଦ

36

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତବର୍ଷ ଓୟୁଏଟି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଭଦ୍ରକ ଜିଲାର ଚାରିଘରିଆ (ପାତ୍ରସାହି) ଅଂଚଳର ଚନ୍ଦ୍ରପ୍ରସାଦ ପଣ୍ଡା ୯୭.୭୧୩ ପ୍ରତିଶତ ରଖି ଓଡ଼ିଶା ସ୍ତରରେ ଟପ୍ ସ୍କୋରର ହୋଇଛନ୍ତି । ସେ ହେଉଛନ୍ତି ଭଦ୍ରକ ଚାରିଘରିଆ ଗ୍ରାମର ସୁରେନ୍ଦ୍ର କୁମାର ପଣ୍ଡା ଓ ଜୟନ୍ତୀ କରଶର୍ମାଙ୍କ କନିଷ୍ଠ ପୁତ୍ର । ସେ ତାଙ୍କ ସଫଳତାର ଶ୍ରେୟ ତାଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପିତା-ମାତା, ଭାଇଙ୍କୁ ଦେଇଛନ୍ତି । ଶ୍ରୀ ପଣ୍ଡା ଟପ୍ ସ୍କୋରର ହୋଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଏଠାରେ ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ସେ ଓଜେଇଇ, ଆଇସିଏ ଓ ନିଟ୍‌ରେ ଟପ୍ ସ୍କୋରର ହେବାର ରେକର୍ଡ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.