ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୧୧- ନୟାଗଡ ଜିଲ୍ଲା ରଣପୁର ଜଗନ୍ନାଥ ମନ୍ଦିର କୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ରଣପୁରବାସୀ ଦାବୀ କରି ଆସୁଛନ୍ତି । ଶ୍ରୀକ୍ଷେତ୍ର ଭଳି ରଣପୁର ଜଗନ୍ନାଥ ମନ୍ଦିର ରେ ରାଜ ରାଜୁଡା ଅମଳ ରୁ ସମସ୍ତ ନିତୀକାନ୍ତି ହୋଇଅସୁଅଛି । ପବିତ୍ର ଅଁଳା ନବମୀ ରେ ଶହ ଶହ ଦର୍ଶକ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ପାଇଁ ଭିଡ ଜମାଇ ଥାନ୍ତି ।
କରୋନାର ପ୍ରାଦୃଭାବ କମିଥିଲେ ମଧ୍ୟ କଟକଣା ଦୃଷ୍ଟି ରେ ଚଳିତ ବର୍ଷ ଅଁଳା ନବମୀ ପାଳିତ ହୋଇଯାଇଅଛି । ସେବାୟତ ଓ ସିମିତ ସଂଖ୍ୟକ ହବିଷିଆଳୀ ଙ୍କୁ ନେଇ ପାଳିତ ହୋଇଥିବା ଜଣାପଡିଛି । ରଣପୁର ରେ ଥିବା ବଡ ମଠ ଠାରୁ ଆରମ୍ବ କରି ଚୈତନ୍ୟ , ଦଧିବାବନ , ସିନ୍ଦୁରା ଓ ନୃସିଂହ ମଠ ଆଦିରେ ଅଁଳା ନବମୀ କଟକଣା ଭିତରେ ନିତୀନିୟମ ଅନୁଯାଇ ପାଳନ ହୋଇଯାଇଥିବା ଜଣାପଡିଛି ।