Home ଓଡ଼ିଶା ରଣପୁର ରେ କଂଗ୍ରେସ ର କେବଳ ହରତାଳ

ରଣପୁର ରେ କଂଗ୍ରେସ ର କେବଳ ହରତାଳ

41

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୧୧- ମମିତା ମେହେର ହତ୍ୟାକାଣ୍ଡ କୁ ନେଇ ପ୍ରଦେଶ କଂଗ୍ରେସ କମିଟି ତରଫରୁ ନଭେମ୍ବର ୧୨ ତାରିଖ ରେ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ମମିତା ମେହେର ର ହତ୍ୟାକାଣ୍ଡ ଆନ୍ଦୋଳନ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇସାରିଛି । କରୋନା ରେ ଲୋକଙ୍କ  ଆର୍ଥିକ ମାନଦଣ୍ଡ ଭାଙ୍ଗି ପଡିଥିବା ଆଳ ଦେଖାଇ ରାଜ୍ୟ ସରକାର ମାନ୍ୟବର ଉଚ୍ଚ ଅଦାଲତ ର ଦ୍ୱାରସ୍ଥ ହୋଇଥିଲେ । ଉଚ୍ଚ ଅଦାଲତ ଙ୍କ ନିର୍ଦେଶ ରେ ସାଧାରଣ ଜୀବନ ଯାତ୍ରା ଅଖଚକ  , ଦୋକାନ ବଜାର , ସରକାରୀ କାର୍ଯ୍ୟାଳୟ ଯୋର ଜବରଦସ୍ତ ବନ୍ଦ ନକରି କେବଳ ହରତାଳ ପାଇଁ ନିର୍ଦେଶ ଦେଇଥିଲେ । ଯାହାଫଳ ରେ ରଣପୁର କଂଗ୍ରେସ କର୍ମୀମାନେ ପଞ୍ଚୁଦୋଳ ପଡିଆ ରଘୁଦିବାକର ମଣ୍ଡପ ରେ ବସିରହି ହରତାଳ କରିଥିବା ଦେଖିବାକୁ ମିଳିଥିଲା ।

ସମସ୍ତ ବିଦ୍ୟାଳୟ ରେ ପରୀକ୍ଷା କେନ୍ଦ୍ର ସୂଚାର ରୂପରେ ଚାଲିଥିଲା । ରଣପୁର ତହସିଲଦାର ଯୁଗଳ ମିଶ୍ର ପରୀକ୍ଷା କେନ୍ଦ୍ର ଗୁଡିକୁ ବୁଲି ଦେଖିଥିଲେ ।  କୈାଣସି ଯାଗା ରେ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଇ ନଥିଲା । ରଣପୁର ବ୍ଲକ କଂଗ୍ରେସ ସଭାପତି  ଦିଲ୍ଲୀପ କୁମାର ଜେନା ଙ୍କ ନେତୃତ୍ୱ ରେ  ରାଷ୍ଟ୍ରୀୟ ମଜୁଦୁର୍ କଂଗ୍ରେସ ର କର୍ମକର୍ତ୍ତା ସତ୍ୟବ୍ରତ ନାୟକ , ଆଇନଜୀବି ସତ୍ୟରଞ୍ଜନ ମତା , ଉମେଶ ରଞ୍ଜନ ସାହୁ , ଶତୃଘନ ପାଇକରାୟ ,  ଧୃବ ଚରଣ ପରିଡା , ଯୁବ କଂଗ୍ରେସ ର ମିର ଆବୁ ବକର୍ ସିଦ୍ଧିକ୍ ,  ସୁଦର୍ଶନ ପ୍ରଧାନ , ପ୍ରଭାତ ମହାନ୍ତି  ଆଦି ୫୦ କଂଗ୍ରେସ କର୍ମୀ ଏହି ହରତାଳ  ରେ ସାମିଲ୍ ହୋଇଥିଲେ । ସମ୍ପୁର୍ଣ୍ଣ ଶାନ୍ତିପୁର୍ଣ୍ଣ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.