Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ସ୍ୱଚ୍ଛତା ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ସ୍ୱଚ୍ଛତା ପାଇଁ ଜିଲାପାଳଙ୍କୁ ସ୍ମାରକପତ୍ର

42

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ପ୍ରକାଶିତ ମୁଖ୍ୟମନ୍ତ୍ରୀ କଳାକାର ସହାୟତା (ଏମ୍‌କେଏସ୍‌ୱାଇ) ଯୋଜନାରେ ଭଦ୍ରକ ଜିଲା କଳାକାରଙ୍କୁ ଚୟନ କରିବା କ୍ଷେତ୍ରରେ ସ୍ୱଚ୍ଛତା ଓ ନିରପେକ୍ଷ ପାଇଁ ଜିଲାର ଅଭିଜ୍ଞ କଳାକାର, ସଂଗଠକ ଓ ସାମ୍ବାଦିକମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ଆଜି ଜିଲାପାଳ ତ୍ରିଲୋଚନ ମାଝୀଙ୍କୁ ପ୍ରଦାନ କରାଯାଇଛି । ଭଦ୍ରକ ଜିଲାର ବିଭିନ୍ନ ବ୍ଲକ୍ ତଥା ପୌରାଞ୍ଚଳର କଳାକାର ଓ ପତ୍ରକାର ମାନଙ୍କର ଦସ୍ତଖତ ସମ୍ବଳିତ ନିରପେକ୍ଷ ଭାବେ ଚୟନ ପ୍ରକ୍ରିୟାର ଟିପ୍ପଣୀ ରହିଛି । ଯାହା ଜିଲା ପ୍ରଶାସନର ବିଭାଗୀୟ ଅଧିକାରୀମାନଙ୍କୁ ଭତ୍ତା ଚୟନ କ୍ଷେତ୍ରରେ ସହଯୋଗ କରିବା ସହ ପ୍ରକୃତ କଳାକାର ଚିହ୍ନଟରେ ସହାୟକ ହୋଇପାରିବ । ରାଜ୍ୟ ଯାତ୍ରା କଳାକାର ଓ କର୍ମଚାରୀ ସଂଘର ରାଜ୍ୟ ସଂଯୋଜକ କଳାକାର କାଳନ୍ଦୀ ମଲ୍ଲିକ, କଳାକାର ଏବଂ ସାମ୍ବାଦିକ ସଂଜୀବ ନାୟକ, ସଂଗୀତ ନାଟକ ଏକାଡେମୀ ପୁରସ୍କୃତ ନାଟ୍ରକାର ଓ ନିର୍ଦ୍ଦେଶକ ନାଟ୍ୟଶ୍ରୀ ନିର୍ମଳ ରାଉତ, ମଂଚ କଳାକାର ରବିନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ଉତ୍କଳ ସାମ୍ବାଦିକ ସଂଘର ଜିଲା ସଭାପତି ରବି ନାରାୟଣ ଖିଲାର, ବୈଦ୍ୟୁତିକ ଗଣମାଧ୍ୟମର ଜିଲା ପ୍ରତିନିଧି ସତ୍ୟଭୂଷଣ ସ୍ୱାମୀ, ସାମ୍ବାଦିକ ଜ୍ଞାନ ପାଣି, କଳାକାର ଗଜେନ୍ଦ୍ର ପାତ୍ର, ରମାକାନ୍ତ ବାରିକ, ପ୍ରଫୁଲ୍ଲ କୁମାର ସେଠୀ, ନିରଞ୍ଜନ ମଳିକ, ଫକୀରମୋହନ ସାହୁ ପ୍ରମୁଖ ଜିଲାପାଳ ଶ୍ରୀ ମାଝୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଏଠାରେ ପ୍ରକାଶ ଥାଉକି ଜିଲାର ବିଭିନ୍ନ ବିଭାଗର ବରିଷ୍ଠ ତଥା ଅଭିଜ୍ଞ କଳାକାର ଉକ୍ତ ଭତ୍ତା ଚୟନ ପ୍ରକ୍ରିୟାରେ ବିଚାରକ ଭାବେ ସାମିଲ ହେବା ପାଇଁ ରିଷ୍ଠ ସାମ୍ବାଦିକ ତଥା କଳା ସଂଗଠକ ଓ କଳାକାରମାନଙ୍କ ମତାମତ ରହିଛି । ଯାହା ଭତ୍ତା ପାଇବାକୁ ଯୋଗ୍ୟ କଳାକାରମାନଙ୍କ କ୍ଷେତ୍ରରେ ନିରପେକ୍ଷ ହୋଇପାରିବ । ଭଦ୍ରକ ଭଳି ଏକ କଳା ସଂସ୍କୃତି ଓ ସାହିତ୍ୟ କ୍ଷେତ୍ରର ଅଗ୍ରଣୀ ଜିଲାରେ ଅଣକଳାକାର ମାନେ କଳାକାର ଭତ୍ତା ପାଇବା ଅଶୋଭନୀୟ ବୋଲି ମତବ୍ୟକ୍ତ କରି ଜିଲା ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.