Home ଜିଲ୍ଲା ପରିକ୍ରମା ବିଜୁ ମହିଳା ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ବିଜୁ ମହିଳା ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

24

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ହୋଟେଲ ହେଲୋ ଠାରେ ଏକ ସଂଖ୍ୟା ଲଘୁ ସେଲ ରାଜ୍ୟ ସଂପାଦିକା ତାହେରା ଖାତୁନ୍‌ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ କିଛି ଦିନ ହେବ ଭଦ୍ରକ ଜିଲ୍ଲାରେ ନବନିର୍ମାଣ ଯୁବ ଛାତ୍ର ସଂଗଠନର କିଛି ସଦସ୍ୟମାନଙ୍କ ଦ୍ୱାରା ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ସାମାଜିକ ଗଣମାଧ୍ୟମରେ ଜିଲ୍ଲାର ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଆକ୍ଷେପ କରାଯିବା ସହ ଧମକ୍ ମଧ୍ୟ ଦିଆଯାଉଛି । ଅନ୍ୟପକ୍ଷରେ କେନ୍ଦ୍ର ତଥା ରାଜ୍ୟ ସରକାର ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ତୃଣମୂଳ ସ୍ତରରୁ ବିଭିନ୍ନ୍ ଯୋଜନା ପ୍ରଣୟନ କରି କାର୍ଯ୍ୟକରୁଛନ୍ତି । ଏହି ପରି ସ୍ଥଳେ ଉପରୋକ୍ତ ଅଭିଯୋଗକୁ ଭିତ୍ତିକରି ଏକ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା । ଫଳରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ମହିଳା ତଥା ଅନ୍ୟମହିଳାମାନେ ଆତଙ୍କିତ ହୋଇ ଭଦ୍ରକ ପୁରୁଣା ବଜାର ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ମହାନିର୍ଦ୍ଦେଶକ ଙ୍କୁ ଅଭିଯୋଗ କରିବା ସହ ମହିଳା ମାନଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଗଠିତ ସରକାରୀ ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଛନ୍ତି । ଏଥିସହ ସମାଜରେ ମହିଳାମାନଙ୍କ ଅଧିକାର କ୍ଷୁର୍ଣ୍ଣ ହେବାସହ ମାନହାନୀ ହେଉଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗକୁ ଭିତ୍ତି କରି ଉକ୍ତ ଫେସ୍‌ବୁକ ପୋଷ୍ଟିଂର ତଦନ୍ତ କରାଯାଇ ତିନି ଦିନ ମଧ୍ୟରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି । ଏହି ଅବସରରେ ବିଜେଡି ମହିଳା ଟାଉନ ସଭାପତି ଦେବାହୂତି ମହାପାତ୍ର, ବିଜେଡି ମହିଳା ଉପସଭାପତି ରାଜଲକ୍ଷ୍ମୀ ମହାପାତ୍ର, ମହିଳା ନେତ୍ରୀ ମମତା ପାଢ଼ୀ, ବିଜେଡି ଜିଲ୍ଲା ସମ୍ପାଦକ ଏମଡ଼ି ଜକାଉଲା, ଟାଉନ ସଭାପତି ଆଇନଜୀବୀ ତାହେର ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.