Home ଜିଲ୍ଲା ପରିକ୍ରମା ପୁରୀ ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶରେ ଅଲଗା ଲାଇନ୍‌ର ବ୍ୟବସ୍ଥା କରିବାକୁ ଅନୁରୋଧ କଲେ...

ପୁରୀ ପୌରାଞ୍ଚଳ ବାସୀଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶରେ ଅଲଗା ଲାଇନ୍‌ର ବ୍ୟବସ୍ଥା କରିବାକୁ ଅନୁରୋଧ କଲେ ପୁରୀର ଅନେକ ସଂଗଠନ

61

ପୁରୀ ୨୫-୧୦ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତି ଯୋଗୁ ପୁରୀ ବାସିନ୍ଦା ଏବେ ପ୍ରତିଦିନ ଜଗା ଦର୍ଶନରୁ ବଂଚିତ ହେଉଛନ୍ତି। ମହାପ୍ରଭୁଙ୍କ ଟିକେ ଦର୍ଶନ ପାଇଁ ବାହାରୁ ଆସୁଥିବା ଭକ୍ତଙ୍କ ସହ ଲାଇନରେ ଦୀର୍ଘ ସମୟ ଅପେକ୍ଷା କରି ଶ୍ରୀମନ୍ଦିର ପ୍ରବେଶ କରୁଛନ୍ତି। ଫଳରେ ମହାପ୍ରଭୁଙ୍କର ପ୍ରତିଦିନ ଦର୍ଶନ କରିବା ପୁରୀ ବାସିନ୍ଦାଙ୍କ ପାଇଁ ଏକ ପ୍ରକାର ଅସମ୍ଭବ ହୋଇ ପଡ଼ିଛି। ସେହିପରି ମହା ପ୍ରାସାଦ ଟିକେ ଆଣିବାକୁ ମଧ୍ୟ ଲାଇନରେ ଯାଇ ଦୀର୍ଘ ସମୟ ପରେ ଅବଢ଼ା ଆଣୁଛନ୍ତି। ଯାହାକୁ ନେଇ ପୁରୀ ପୌରାଞ୍ଚଳ ବାସୀ ବେଶ ଅସୁବିଧା ଭୋଗୁଥିବା ବେଳେ ପ୍ରଶାସନର ଏହି ନିଷ୍ପତ୍ତିକୁ ବଦଳାଇବାକୁ ବିଭିନ୍ନ ସଂଗଠନ ଆଗକୁ ଆସିଛନ୍ତି। ପୁରୀ ଜିଲାପାଳଙ୍କୁ ୧୫ ଟି ଗଣ ସଂଗଠନ ଭେଟି ପୁରୀ ବାସୀଙ୍କ ପାଇଁ ପୂର୍ବ ଭଳି ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଖୋଲିବାକୁ ଦାବି ଜଣାଇଛନ୍ତି। ମହାପ୍ରଭୁ ହେଉଛନ୍ତି ପୁରୀ ବାସୀଙ୍କ ଆରାଧ୍ୟ ଦେବତା। ତାଙ୍କର ଦୈନିକ ଦର୍ଶନ ବିନା ପୁରୀର ଅଧିକାଂଶ ବ୍ୟକ୍ତି ଅନ୍ନ ଜଳ ସ୍ପର୍ଶ କରନ୍ତି ନାହିଁ। ସେହିପରି ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ ମହାପ୍ରଭୁଙ୍କୁ ଦର୍ଶନ କରି ବେଶ ତୃପ୍ତ ହୁଅନ୍ତି। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କେଵଳ ସିଂହଦ୍ୱାରରେ ପ୍ରବେଶ ଅନୁମତି ଲାଗୁ କରିବା ପରେ ପୁରୀ ବାସିନ୍ଦା ବାହାରୁ ଆସୁଥିବା ଭକ୍ତଙ୍କ ସହ ପ୍ରଶାସନ ପ୍ରତିଦିନ ଲାଇନରେ ଦୀର୍ଘ ସମୟ ଠିଆ ହୋଇ ଦର୍ଶନ କରିବା ସମ୍ଭବ ହେଉନାହିଁ। ଏଣୁ ପୁରୀ ବାସିନ୍ଦା ଅନୁରୋଧ ରକ୍ଷା କରି ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ସମସ୍ତ ଦ୍ୱାରରେ କେବଳ ପୁରୀ ବାସିନ୍ଦାଙ୍କୁ ପରିଚୟ ପତ୍ର ଦେଖାଇ ପ୍ରବେଶ ଅନୁମତି ଦେବାକୁ ଜିଲାପାଳଙ୍କ ନିକଟରେ ଦାବି କରିଛନ୍ତି ବୁଦ୍ଧିଜୀବୀ।

ସେପଟେ ପୁରୀ ଜିଲାପାଳ କହିଛନ୍ତି ଖୁବ ଶୀଘ୍ର ଏ ନେଇ ଏକ ବୈଠକ ହେବ। ସ୍ୱତନ୍ତ୍ର SOP ଅଣାଯିବ। ପରେ ପୁରୀ ବାସିନ୍ଦାଙ୍କୁ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ହେବ।

ବିନା ଭକ୍ତରେ ରଥଯାତ୍ରା ହେଉକି ସ୍ନାନଯାତ୍ରା। ଏପରିକି ଶ୍ରୀମନ୍ଦିର ଐତିହ୍ୟ କରିଡର କାର୍ଯ୍ୟରେ ପ୍ରଶାସନକୁ ପୁରୀ ସହର ବାସୀ ସବୁବେଳେ ସାହାଯ୍ୟର ହାତ ବଢ଼େଇଛନ୍ତି। ତେବେ ପ୍ରଶାସନ ପୁରୀ ବାସିନ୍ଦାଙ୍କୁ ମହାପ୍ରଭୁଙ୍କ ନିମନ୍ତେ କେବେ ବିଶେଷ ବ୍ୟବସ୍ଥା କରୁଛି ତାକୁ ଏବେ ସହର ବାସୀ ଅପେକ୍ଷା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.