Home Top News ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରିବା ନେଇ ସେବାୟତଙ୍କ ଡ୍ରେସ କୋଡ ଲାଗୁ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରିବା ନେଇ ସେବାୟତଙ୍କ ଡ୍ରେସ କୋଡ ଲାଗୁ

49

ପୁରୀ ୨୧ -୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ତଥା ଗର୍ଭଗୃହକୁ ପ୍ରବେଶ କରିବା ନେଇ ସେବାୟତଙ୍କ ଡ୍ରେସ କୋଡ ଲାଗୁ କରାଯାଇଛି। ପାରମ୍ପରିକ ବସ୍ତ୍ର ପରିଧାନ କରି ସେବାୟତମାନେ ଆଜି ଠାରୁ ଶ୍ରୀମନ୍ଦିର ଯାଉଛନ୍ତି। ଆସନ୍ତା ୪ ତାରିଖ ଅର୍ଥାତ୍ ଦୀପାବଳୀ ପରଦିନ ଠାରୁ ଶ୍ରୀମନ୍ଦିର ଭିତରେ ଡ୍ୟୁଟି କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଡ୍ରେସ କୋଡ ଲାଗୁ କରାଯିବ। ତେବେ ଏହି ଡ୍ରେସ କୋଡ ଦ୍ବାରା ସେବାୟତଙ୍କ ଗାରିମା ବଢିବ। ଶ୍ରୀମନ୍ଦିର ଭିତରେ ଆଧ୍ୟାତ୍ମିକ ପରିବେଶ ରହିବ। ଆଗାମୀ ଦିନରେ ମଧ୍ୟ ଶ୍ରୀମନ୍ଦିର ଆସୁଥିବା ଭକ୍ତ ଙ୍କ ପାଇଁ ନିର୍ଦ୍ଧିଷ୍ଟପାରମ୍ପରିକ ପୋଷାକ ପାରିଧାନ ଲାଗୁ ନେଇ ନିସ୍ପତି ହେବାର ସମ୍ଭାବନା। ଗତ ଛତିଶା ନିଯୋଗ ବୈଠକରେ ଏହି ଡ୍ରେସ କୋଡ଼ ଲାଗୁ ନେଇ ନିସ୍ପତି ହୋଇ ଥିଲା। ଅନେକ ସମୟ ରେ ସେବାୟତ ମାନେ ପାରମ୍ପରିକ ପୋଷାକ ନ ପିନ୍ଧି ଗର୍ଭ ଗୃହ କୁ ପ୍ରବେଶ କରୁଥିବା ହେତୁ ମନ୍ଦିର ଭିତରେ ଆଧ୍ୟାତ୍ମିକ ବାତାବରଣ ଭଙ୍ଗ ହେଉଥିବା ଅଭିଯୋଗ ହେଉଥିଲା। ସେହିପରି କେତେକ ଭକ୍ତ ମାନେ ମଧ୍ୟ ଉଚିତ ଢଂଗ ର ଡ୍ରେସ ନ ପିନ୍ଧି ମନ୍ଦିର ଭିତରକୁ ଆସୁଥିବା ହେତୁ ଏହା ଉପରେ ନିୟମ ନୀୟମ କରିବା ପାଇଁ ସେବାୟତ ଓ ଭକ୍ତ ମହଲରେ ପୂର୍ବରୁ ଦାବି ହୋଇ ଆସୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.