Home କୋରାପୁଟ କୋରାପୁଟ ହସପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

କୋରାପୁଟ ହସପିଟାଲରେ ଜଣେ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ

109

କୋରାପୁଟ ୨୦-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଜଣେ  ଡେଙ୍ଗୁ ରୋଗୀଙ୍କ  ମୃତ୍ୟୁ ହୋଇଥିବା ଜଣାପଡିଛି ।କାଶିପୁରର ଜଣେ ମହିଳା ଡେଙ୍ଗୁ ରୋଗୀ ରାୟଗଡା ହସପିଟାଲରୁ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଥିଲା ।ଆଜି କୋରାପୁଟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।କୋରାପୁଟ ହସପିଟାଲରେ ଆଉ ୫ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡିଛି ।କୋରାପୁଟ ହସପିଟାଲରେ ରକ୍ତ ଉପାଦନ ୟୁନିଟ ସ୍ଥାପନ ହେବା ପରେ ରୋଗୀମାନଙ୍କୁ ପ୍ଲେଟଲେଟ ଦିଆଯାଇପାରୁଥିବା ହସପିଟାଲ ଅଧୀକ୍ଷକ ପ୍ରଫେସର ସୀତାରାମ ମହାପାତ୍ର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.