Home ଜିଲ୍ଲା ପରିକ୍ରମା ମନ୍ତେଈ, କୁଣ୍ଡୀ, ସାଳନ୍ଦୀ ନଦୀ ଓ ଦଶମୌଜା କେନାଲର ବିଭିନ୍ନ ସମସ୍ୟା ନେଇ କୃଷକ ସଭାର...

ମନ୍ତେଈ, କୁଣ୍ଡୀ, ସାଳନ୍ଦୀ ନଦୀ ଓ ଦଶମୌଜା କେନାଲର ବିଭିନ୍ନ ସମସ୍ୟା ନେଇ କୃଷକ ସଭାର ଗଣଧାରଣା

44

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର କୃଷକମାନଙ୍କର ବହୁବିଧ ଉନ୍ନତି ସାଧନ କରୁଥିବା ମନ୍ତେଈ, କୁଣ୍ଡୀ, ସାଳନ୍ଦୀ ନଦୀ ଓ ଦଶମୌଜା କେନାଲର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସୋମବାର ଅଖିଳ ଭାରତ କୃଷକ ସଭା ପକ୍ଷରୁ ତିହିଡ଼ି ବ୍ଲକ ଅଧୀନ କମାରିଆ ବଜାର ଠାରେ ଗଣ ଧାରଣା ଦିଆଯାଇଥିଲା । ମନ୍ତେଈ ନଦୀ ପାଣିକୁ ଲୁଣାମୁକ୍ତ କରିବା, କୁଣ୍ଡୀ ନଦୀକୁ ସାଳନ୍ଦୀ ନଦୀ ସହିତ ସଂଯୋଗୀ କରଣ କରିବା ଓ ଦଶମୌଜା କେନାଲକୁ କାନପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ଦାବିରେ କୃଷକସଭାର କର୍ମକର୍ତ୍ତା ଓ କୃଷକମାନେ ସକାଳ ୧୦ଟା ଠାରୁ କମାରିଆ ବଜାରରେ ଗଣଧାରଣାରେ ବସିଥିଲେ । ଖବର ପାଇ ଭଦ୍ରକ ଡ୍ରେନେଜ ବିଭାଗର ଏସଡିଓ ଜ୍ଞାନ ଦତ୍ତ ରାଉତ, ଅସିଷ୍ଟାଣ୍ଟ ଇଂଜିନିୟର ଶଙ୍କର୍ଷଣ ମଣ୍ଡଳ, ତିହିଡ଼ି ତହସିଲଦାର ପ୍ରତୀକ କୁମାର ସାହୁ, ବିଡିଓ ବସନ୍ତ କୁମାର ସାହାଣୀ ଦିନ ୨ଟା ସମୟରେ ଧାରଣା ସ୍ଥଳରେ ପହଞ୍ôଚ ଧାରଣାରତ କୃଷକମାନଙ୍କ ସହ ଆଲୋଚନା କରିଥିଲେ । ନଦୀମାନଙ୍କରେ ଥିବା ସମସ୍ୟା ସମ୍ପର୍କରେ ଖୁବ୍ ଶୀଘ୍ର ଅନୁଧ୍ୟାନ କରାଯିବା ସହ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ସମାଧାନ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଧାରଣାକାରୀଙ୍କୁ ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା । ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ସମ୍ବାଦକ ବିମ୍ବାଧର ବାରିକ, ସଭାପତି ଅନନ୍ତ ମହାନ୍ତି, ହରିହର ବେହେରା, ଦାମୋଦର ସେନାପତି, ରବିନ୍ଦ୍ର ବାରିକ, ସନ୍ଥ ଚରଣ ବିଶ୍ୱାଳ, ବିଦ୍ୟାଧର ମହାଳିକ, ବଳରାମ ମିଶ୍ର, ରତ୍ନାକର ଘଡ଼େଇ, ଜଳଧର ଜେନା, ହରିହର ମଳିକ, ଭାଗିରଥି ରାଉତ, ନିରଂଜନ ସେଠୀ, ବୀରବର ପାତ୍ର, ନରେନ୍ଦ୍ର ତ୍ରିପାଠୀ, ଗଦାଧର ପଣ୍ଡା, ହେମନ୍ତ ମଳିକ, କାହ୍ନୁଚରଣ ବେହେରା, ଲକ୍ଷ୍ମୀଧର ସେନାପତି ପ୍ରମୁଖଙ୍କ ନେତୃତ୍ୱରେ ଏହି ଗଣଧାରଣା ଅନୁଷ୍ଠିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.