Home ଜିଲ୍ଲା ପରିକ୍ରମା ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାବା ଆଖଣ୍ଡଳମଣି

ଲଘୁଚାପ ଜନିତ ବର୍ଷାରେ ଉବୁଟୁବୁ ବାବା ଆଖଣ୍ଡଳମଣି

86

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନର ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନ ଯୋଗୁଁ ଅଶାନ୍ତ ହୋଇଥିବା ଧାମରା ସମୁଦ୍ର ମୁହାଣରୁ ଉଚ୍ଚ ଜୁଆର ପାଣିର ପ୍ରଭାବରେ ତଳମୁଣ୍ଡରେ ଉଛୁଳିବାରେ ଲାଗିଛି ବୈତରଣୀ ଓ ସାଳନ୍ଦୀ ନଦୀ । ଚାନ୍ଦବାଲିର ବହୁ ତଳିଆ ଅଂଚଳ ଏବେ ଜଳମଗ୍ନ ହୋଇ ଚାଷଜମି ସହ ଅନେକ ଗ୍ରାମ୍ୟ ରାସ୍ତା ବୁଡିଯାଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଏପରିକି ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ଆଜି ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି । ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ଭାଗ ବୁଡିଯିବାରୁ ସକାଳ ପହିଲି ନୀତିକାନ୍ତିରେ ମଙ୍ଗଳ ଆଳିତ ପୂଜାର୍ଚ୍ଚନା ବିଳମ୍ବ ହୋଇଛି । ତେବେ ଜିଲାପାଳ ତ୍ରିଲୋଚନ ମାଝୀଙ୍କ ନିର୍ଦ୍ଦେଶ କ୍ରମେ ମନ୍ଦିରର ଟ୍ରଷ୍ଟି ତଥା ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମୋଟର ଚାଳିତ ପମ୍ପ ଦ୍ୱାରା ଜଳ ନିଷ୍କାସନ କରାଯାଉଥିବା ବିଷୟ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.