Home ଜିଲ୍ଲା ପରିକ୍ରମା ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହୋଇ ଗୌରବ ଆଣିଲେ କ୍ରିତିକ୍ରିଷ୍ଣା

ଚିତ୍ରକଳା ପ୍ରତିଯୋଗିତାରେ ପ୍ରଥମ ହୋଇ ଗୌରବ ଆଣିଲେ କ୍ରିତିକ୍ରିଷ୍ଣା

53

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆର୍ନ୍ତଜାତୀୟ ରାମକଥା ସଂଗ୍ରହାଳୟ ଓ ଆର୍ଟ ଗ୍ୟାଲେରୀ, ଅଯୋଧ୍ୟା ଏବଂ ସଂସ୍କୃତି ବିଭାଗ ଉତରପ୍ରଦେଶ ସରକାରଙ୍କ ମିଳିତ ତତ୍ୱାବଧାନରେ ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମ ଶିର୍ଷକ ଅନ୍‌ଲାଇନ ଚିତ୍ରକଳା ଗତ ଅଗଷ୍ଟ ମାସ ୯ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ୱାଧିନତାର ୭୫ ବର୍ଷ ପୂର୍ତୀ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଅଛି । ଏଥିରେ ଓଡିଶାରୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅଧିନ କଟସାହି ପଂଚାୟତ ବଉଳନାଳି ଶାସନର ବିସ୍ମୟ ଚିତ୍ରଶିଳ୍ୱୀ କ୍ରିତିକ୍ରିଷ୍ଣା ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ମାନପତ୍ର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେ ଅଧୁନା ଭଦ୍ରକ ବିନାୟକ କଲେଜରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ କଳାର ଛାତ୍ରୀଭାବେ ଅଧୟନରତ । ତାଙ୍କର ଏହି ସଫଳତା ପାଇଁ ପିତା ଯୁବ ଆଇନଜିବୀ ସ୍ନେହାଶିଷ ପଣ୍ଡା, ମାତା ଜେଜେମା, ସାନ ଭଉଣୀ ତଥା ଗୁରୁଜୀ ପ୍ରମୁଖ ଖୁସିବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ଚିତ୍ରଶିଳ୍ପୀ କ୍ରିତିକ୍ରିଷ୍ଣା ପଣ୍ଡା ଏହା ପୂର୍ବରୁ ପଂଚାୟତ ଓ ପଂଚାୟତ ସମିତି ସ୍ତର ଠାରୁ ଜିଲ୍ଲା ରାଜ୍ୟ ତଥା ଦେଶ ଓ ଅନ୍ତର୍ଦେଶୀୟ ସ୍ତରରେ ବିଭିନ୍ନ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇ ବହୁ କୃତୀତ୍ୱ ଅର୍ଜନ କରିବା ସହ ବହୁ ପୁରସ୍କାର ପାଇ ଦେଶ ଓ ଜାତିକୁ ଗୌରବାନ୍ୱିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.