ହାଟଡିହି- ୨୫/୮( ଓଡିଆପୁଅ /ବିକାଶ ବିଶ୍ୱାଳ) ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତ ର ସୁନ୍ଦୁରିଆ ଗ୍ରାମ ରେ ସୁଦାମ ନାଇକ ଓ ନିରାକାର ନାଈକଙ୍କ ନାମରେ ମନରେଗା ଯୋଜନାରେ ଜମି ଉନ୍ନତି କରଣ କାର୍ଯ୍ୟରେ ମିଥ୍ୟା ବିଲ୍ କରି କରି ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଛି । ଆନନ୍ଦପୁର ବିଜେପି ନେତା ଆଲୋକ ସେଠୀ ଙ୍କ ନେତୃତ୍ୱରେ ଜିଲ୍ଲା ବିଜେପି ର ଉପସଭାପତି ନିରାକାର ଦଳେଇ, ଶାଳବଣି ମଣ୍ଡଳ ର ସଭାପତି ଟୁକୁନା ମହାନ୍ତ, ଆନନ୍ଦପୁର ନଗର ମଣ୍ଡଳ ର ସଭାପତି ପ୍ରଶାନ୍ତ ମହାପାତ୍ର , ବାଉଁଶଗଡ ବିଜେପି ର ଶକ୍ତିକେନ୍ଦ୍ର ପ୍ରମୁଖ ସନ୍ୟାସୀ ପାତ୍ର, ବରିଷ୍ଠ ନେତା କମଳାକାନ୍ତ ସୁର , ମାନସ ନାୟକ ,ତପନ ନାୟକ ପ୍ରମୂଖ ଆନନ୍ଦପୁର ଥାନାରେ ସମସ୍ତ ତଥ୍ୟ ପ୍ରମାଣ ସହ ସଂପୃକ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ଠକାମି ର ଶିକାର ହୋଇଥିବା ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । । ପ୍ରଶାସନ ତରଫରୁ ଦୃଢ଼ ପଦକ୍ଷେପ ନିଆ ନଗଲେ ବିଜେପି ଗରିବ ଲୋକଙ୍କ ପାଇଁ ରାଜରାସ୍ତାକୁ ଆସିବ ବୋଲି ବିଜେପି ନେତା ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି