Home ଜିଲ୍ଲା ପରିକ୍ରମା ଓଡିଶା ସୋସାଇଟ୍ ଅଫ ଆମେରିକା ଓ ମିଡ ଟାଉନ ରୋଟାରୀ କ୍ଲବ ଭଦ୍ରକଙ୍କ ମିଳିତ ସହାୟତାରେ...

ଓଡିଶା ସୋସାଇଟ୍ ଅଫ ଆମେରିକା ଓ ମିଡ ଟାଉନ ରୋଟାରୀ କ୍ଲବ ଭଦ୍ରକଙ୍କ ମିଳିତ ସହାୟତାରେ କରୋନା ଆକ୍ରାନ୍ତ ପରିବାରକୁ ରାସନ ବଂଟନ

36

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ସୋସାଇଟ୍ ଅଫ୍ ଆମେରିକା ମିଡ ଟାଉନ ରୋଟାରୀ କ୍ଲବ ଭଦ୍ରକଙ୍କ ମିଳିତ ସହାୟତାରେ ଭଦ୍ରକ ଜିଲ୍ଲାରେ କରୋନା ପ୍ରପୀଡିତ ୭୦୦ ପରିବାରଙ୍କୁ ୨ଥର ଲାଗି ଚରମ୍ପା ଅଗ୍ରସେନ ଭବନରେ ରାସନ ବଣ୍ଟନ କରାଯାଇଛି । ଏହାର ସଂଯୋଗକାରୀ ମୁଖ୍ୟପୁରୋଧା ରୋଟାରୀୟାନ ଶିଶିର ମିଶ୍ର ଥିବାବେଳେ ଉକ୍ତ ବଣ୍ଟନ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ୍ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଲବ୍ଧପ୍ରତିଷ୍ଠ ଚଳଚିତ୍ର ତାରକା ସତ୍ୟବ୍ରତ ତ୍ରିପାଠୀ(କୁନା ତ୍ରିପାଠୀ) ଯୋଗଦେଇଥିବାବେଳେ ପୂର୍ବତନ ରୋଟାରୀ ଗଭର୍ଣ୍ଣର ଅଜୟ ଅଗ୍ରୱାଲ ତାଙ୍କ ଅନୁପସ୍ଥିତିରେ ବାର୍ତ୍ତା ପ୍ରେରଣ କରିଥିଲେ । ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ ପବିତ୍ର ମୋହନ ଖିଲାର, ମଂଚ ଆମନ୍ତ୍ରଣ, ଅତିଥି ପରିଚୟ ଅତିସ ବେହେରା, ସ୍ୱାଗତ ଭାଷଣ ଶିଶିର ମିଶ୍ର ପ୍ରଦାନ କରିଥିଲେ । ସୁଶାନ୍ତ ମହାନ୍ତି, ରୋଟାରିଆନ ପ୍ରମୋଦ ଲଖାନି ମଂଚ ମଣ୍ଡନ କରିଥିବାବେଳେ ରୋଟାରିଆନ୍ ସନାତନ ଜେନା, ରତନଲାଲ ଗୁପ୍ତା, ପ୍ରିତିରଂଜନ ଜେନା, ଇନ୍ଦ୍ରଜିତ ସିଂ, ଅଶୋକ ଲଖାନି, ବେଦପ୍ରକାଶ ଗୁପ୍ତା, ଗୌରବ ଅଗ୍ରୱାଲ, ରାଜେଶବଲ ଦେୱା, ନିରଂଜନ ମଲ୍ଲିକ ପ୍ରମୁଖ ସଭା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ଭଦ୍ରକ ରୋଟାରିଆନ୍ ସୀତାକାନ୍ତ ଦାସ, ଇଂ. ଅମ୍ବିକା ବଲ୍ଲଭ ସ୍ୱାଇଁ, ବସନ୍ତ ପାଣିଗ୍ରାହୀ, ଇନ୍ଦ୍ରଜିତ୍ ସାହୁ ଓ ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.