କୋରାପୁଟ ୦୨-୦୮(ଓଡିଆ ପୁଅ /ରଂଜନ ଦାସ) ସୋମବାର କୋରାପୁଟ ଜିଲ୍ଲାରେ ୩ ଜଣ ମହିଳାଙ୍କ ସମେତ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୪ ରେ ପହଂଚିଛି । ଆଜି ଚିହ୍ନଟ ମାନଙ୍କ ମଧ୍ୟରେ ଜୟପୁର ପୌରାଂଚଳରୁ ୪,ସୁନାବେଡା ପୌରାଂଚଳରୁ ୧ ଓ ଦଶମନ୍ତପୁର,କୋରାପୁଟ,ନାରାୟଣପାଟଣା ଏବଂ ସେମିଲିଗୁଡା ବ୍ଲକରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୋମବାର କୋରାପୁଟ ଜିଲ୍ଲାର କୋରାପୁଟ ପୌର ପରିଷଦ ଏବଂ କୋଟପାଡ ଏନଏସି ସମେତ ବନ୍ଧୁଗାଁ,ବୈପାରିଗୁଡା,ବୋରିଗୁମ୍ମା,ଜୟପୁର,କୋଟପାଡ,କୁନ୍ଦୁରା,ଲମତାପୁଟ,ଲକ୍ଷ୍ମୀପୁର,ନନ୍ଦପୁର ଓ ପଟ୍ଟାଙ୍ଗୀ ବ୍ଲକରେ ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଅଗଷ୍ଟ ୧ ତାରିଖ ସୁଦ୍ଧା ୫ ଲକ୍ଷ ୨୨ ହଜାର ୭୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୮୬୬୬ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୯୫ ଟି ସକ୍ରୀୟ କେସ ରହିଥିବାବେଳେ ମୋଟ ମୁତ୍ୟୁ ସଂଖ୍ୟା ୭୩ ହୋଇଛି ।