ଭଦ୍ରକ, ୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ମୋଟେଲ ଛକ ନିକଟରେ ରହୁଥିବା ସଲିମ୍ ନାମକ ଜଣେ ହୋମ୍ ପାଇପ୍ର ଡିଲର ତାଙ୍କ ଘରେ ଇଲେକ୍ଟ୍ରି କାମ କରୁଥିବା ଜଣେ ଯୁବକକୁ ଦୀର୍ଘ ୬ ମାସ ଧରି ନ୍ୟାର୍ଯ୍ୟ ପ୍ରାପ୍ୟ ନଦେବା ପ୍ରତିବାଦରେ ଆଜି ସନ୍ଧ୍ୟାରୁ ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଇଲେକ୍ଟ୍ରିକାଲ ଆସୋସିଏସନ୍ ପକ୍ଷରୁ ଧାରଣା ଦିଆଯାଇଥିବାର ଜଣାପଡିଛି । ଏବଂ ସଂପୃକ୍ତ ଡିଲର ଉକ୍ତ ଟଙ୍କା ନଦେବା ପର୍ଯ୍ୟନ୍ତ ଆସୋସିଏସନ୍ର କର୍ମକର୍ତ୍ତା ଓ ସଦସ୍ୟମାନେ ତାଙ୍କ ବାସଭବନ ସମ୍ମୁଖରୁ ଧାରଣାରୁ ଉଠିବେ ନାହିଁ ବୋଲି ଅଡି ବସିଛନ୍ତି । ଏ ସଂପର୍କରେ ଇଲେକ୍ଟ୍ରିକାଲ ଆସୋସିଏସନ୍ର ଜିଲା ସଂପାଦକ ତଥା ଆଇନ୍ଜୀବୀ ରଂଜନ ପଣ୍ଡା ଏବଂ ଆସୋସିଏସନ୍ର ସଦସ୍ୟ ତଥା କାମ କରି ପ୍ରାପ୍ୟ ପାଇନଥିବା ନାସିରଉଦ୍ଦିନ୍ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସଲିମ୍ ଇଲେକ୍ଟ୍ରିକାଲ ଆସୋସିଏସନ୍ର ସଦସ୍ୟ ତଥା ଇଲେକ୍ଟ୍ରିସିଆନ୍ ନାସିରୁଦ୍ଦିନ୍ଙ୍କୁ ନିଜ ଘରେ କାର୍ଯ୍ୟ କରାଇ ଦୀର୍ଘ ୬ ମାସ ହେବ ୨୦ ହଜାର ଟଙ୍କା ଦେଉନାହାଁନ୍ତି । ବର୍ତ୍ତମାନର କରୋନା ଜନିତ ଲକଡାଉନ୍ ଓ ସଟଡାଉନ୍ ସମୟରେ ନାସିରୁଦ୍ଦିନ୍ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପରିବାକୁ ନେଇ କାଳ କାଟୁଥିବାବେଳେ ସଲିମ୍ ତାଙ୍କୁ ଆଜିକାଲି କହି ନ୍ୟାର୍ଯ୍ୟ ପ୍ରାପ୍ୟକୁ ଦେଉନାହାଁନ୍ତି । ଏ ସଂପର୍କରେ ନାସିରୁଦ୍ଦିନ୍ ଆସୋସିଏସନ୍ରେ ଜଣାଇବା ପରେ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସଲିମ୍ଙ୍କ ବାସଭବନ ଆଗରେ ଧାରଣାରେ ବସିଥିଲେ ମଧ୍ୟ ସେ ସେମାନଙ୍କୁ ଅଣଦେଖା କରି ଚାଲିଯାଇଥିଲେ । ଏଣୁ ସେ ଡିଲର ସଲିମ୍ ଉକ୍ତ ଟଙ୍କା ନଦେଲେ ଧାରଣାକାରୀମାନେ ତାଙ୍କୁ ତାଙ୍କ ବାସଭବନରେ ପୁରାଇ ଦେବେନାହିଁ ବୋଲି ଚେତାବନୀ ଦେବା ସହ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବେ ବୋଲି ସୂଚାଇଛନ୍ତି ।
Home ଜିଲ୍ଲା ପରିକ୍ରମା ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଂଚିତ ଇଲେକ୍ଟ୍ରିସିଆନ୍ ନାସିରୁଦ୍ଦିନ୍ ପାଇଁ ଜିଲା ଇଲେକ୍ଟ୍ରିକାଲ୍ ଆସୋସିଏସନ୍ର ଧାରଣା







