କୋରାପୁଟ ୦୨-୦୭(ଓଡିଆ ପୁଅ /ରଂଜନ ଦାସ) ଶୁକ୍ରବାର କୋରାପୁଟ ଜିଲ୍ଲାରେ ୧୫ଜଣ ମହିଳାଙ୍କ ସମେତ ୫୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୧୯୫ରେ ପହଂଚିଛି । ଆଜିର ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୬, ଜୟପୁର ପୌରାଂଚଳରୁ ୧୬ ଓ ସୁନାବେଡା ପୌରାଂଚଳରୁ ୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଆଜି ଦଶମନ୍ତପୁର ବ୍ଲକରୁ ୨,ଜୟପୁର ବ୍ଲକରୁ ୩ ଓ କୋରାପୁଟ ବ୍ଲକରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କୋଟପାଡ ବ୍ଲକରୁ ୧,କୁନ୍ଦୁରା ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୩,ନାରାୟଣପାଟଣା ବ୍ଲକରୁ ୧ ଓ ସେମଲିଗୁଡା ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । କୋଟପାଡ ଏନଏସି ସମେତ ବନ୍ଧୁଗାଁ, ବୈପାରିଗୁଡା,ବୋରିଗୁମ୍ମା,ଲକ୍ଷ୍ମୀପୁର,ନନ୍ଦପୁର ଏବଂ ପଟ୍ଟାଙ୍ଗୀ ବ୍ଲକରୁ ଆଜି ଜଣେ ହେଲେ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଜୁଲାଇ ୨ ତାରିଖ ସୁଦ୍ଧା ୩ ଲକ୍ଷ ୮୪ ହଜାର ୨୭୯ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ସେହିପରି ଆଜି ସୁଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ଭିତରୁ ୧୭୩୮୯ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୭୪୭ ଟି ସକ୍ରୀୟ କେସ ରହିଛି । ଜିଲ୍ଲାରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୫୯ରେ ପହଂଚିଛି ।