କୋରାପୁଟ ୨୧-୦୬(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ସ୍ୱର୍ଗଦ୍ୱାରର ଉନ୍ନତିକରଣ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ମ୍ୟୁନସିପାଲଟିର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତିଙ୍କ ପରିଚାଳନାରେ ଆୟୋଜିତ ବୈଠକରେ ୧ କୋଟି ଟଙ୍କା ବିନିୟମରେ ହେବାକୁ ଥିବା ଉନ୍ନତିକରଣ କାର୍ଯ୍ୟକୁ ଉପସ୍ଥିତ ସଦସ୍ୟମାନେ ସ୍ୱାଗତ କରିଥିଲେ ।କୋରାପସ୍ୱଙ୍କ ସ୍ୱର୍ଗଦ୍ୱାରରେ ଆଉ ଗୋଟିଏ ନଳକୂପ , ପାଚେରୀ ଓ ସୁରକ୍ଷା ନିମନ୍ତେ ସୁରକ୍ଷାକର୍ମି ନିୟୋଜିତ କରିବାକୁ ପ୍ରସ୍ତାବମାନ ଦିଆଯାଇଥିଲା ।ସୁରକ୍ଷାକର୍ମି ନିୟୋଜିତ କରିବା ନିମନ୍ତେ ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ପ୍ରସ୍ତାବକୁ ଅବଗତ କରିବା ନିମନ୍ତେ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା ।ନଳକୂପ ଓ ପାଚେରୀ ନିର୍ମାଣ କୋରାପୁଟ ମ୍ୟୁନସିପାଲଟି ତରଫରୁ କରାଯିବ ବୋଲି ନିର୍ବାହୀ ଅଧିକାରୀ ଆଲୋକ ରଂଜନ ସାମାନ୍ତରାୟ ପ୍ରତିଶୃତି ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ମ୍ୟୁନସିପାଲଟି ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର , ନୂତନ କାର୍ଯ୍ୟର ଠିକାଦାର ଏସ.ପଟନାୟକ , କୋରାପୁଟ ବାର ଆସୋସିଏସନର ସଭାପତି ଅଜିତ କୁମାର ପାତ୍ର , ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଶିବ ପଟନାୟକ ,ସାମ୍ବାଦିକ ସି.ଏଚ.ସାନ୍ତାକାର ,କିର୍ତି ଚନ୍ଦ୍ର ସାହୁ ଓ ଘନଶ୍ୟାମ ରଥ , ସୁରେଶ ପଟନାୟକ ,ଭବାନୀ ଆଚାର୍ଯ୍ୟ , ଓକିଲ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବ୍ୟକ୍ତିମାନେ ଯୋଗଦେଇଥିଲେ ।