Home ଜିଲ୍ଲା ପରିକ୍ରମା ବିଜୟଶ୍ରୀଙ୍କୁ ବିଜୁ ସ୍ମୃତି କମିଟିର ଶ୍ରଦ୍ଧାଞ୍ଜଳି

ବିଜୟଶ୍ରୀଙ୍କୁ ବିଜୁ ସ୍ମୃତି କମିଟିର ଶ୍ରଦ୍ଧାଞ୍ଜଳି

37

ଭଦ୍ରକ, ୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ବିଜୁ ସ୍ମୃତି କମିଟି ଆନୁକୂଲ୍ୟରେ ବାସୁଦେବପୁରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ସୁପୁତ୍ର ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିୟୋଗ ଜନିତ ଶୋକସଭା କମିଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଅଟଳ ବିହାରୀ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ସୀମିତ ସଦସ୍ୟଙ୍କୁ ନେଇ କୋଭିଡ଼ କଟକଣାରେ ନିରବ ପ୍ରାର୍ଥନା ପୂର୍ବକ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଥିଲା । କମିଟିର ଅଧ୍ୟକ୍ଷା ଅଧୀବକ୍ତା ଅମିତାବାଳା ଆଚାର୍ଯ୍ୟ, ସମ୍ପାଦକ ଅଧୀବକ୍ତା କୁଳମଣି ବେହେରା, ଉପସଭାପତି ଅଶୋକ ମହାନ୍ତି, ସହଉପଦେଷ୍ଟା ଶିକ୍ଷାବିତ୍ କୈଳାସ ଚନ୍ଦ୍ର ଜେନା, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଅବନୀ ପ୍ରଧାନ, ସାମ୍ବାଦିକ ଗୌରହରି ନାୟକ, ଯୁବ ସମାଜସେବୀ ରଜତ ସାହୁ, ଇଂ ଆଶୁତୋଷ ମହାପାତ୍ର, ସେକ୍ ନାସିରୁଦ୍ଦିନ, ଆବୁ ହୁସେନ ଖାଁ, ଇନ୍‌ତାଜ୍ ଖାଁ ପ୍ରମୁଖ ସ୍ୱର୍ଗତ ରାଉତରାୟଙ୍କ ଜୀବନାଦର୍ଶର ଗୁଣଗାନ କରିଥିଲେ । ସଭାର ସଂଯୋଜକ ତଥା ସ୍ୱର୍ଗତ ବିଜୟଶ୍ରୀଙ୍କ ପରିବାର ସହ ଜଡ଼ିତ ଡାକ୍ତର ରବିନାରାୟଣ ମହାପାତ୍ର ତାଙ୍କ ମୂଲ୍ୟବାନ ବକ୍ତବ୍ୟରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ରାଜନୈତିକ ଇତିହାସରେ ୩ ପିଢିର ରାଜନୀତି ଏକ ବିରଳ ଘଟଣା ବୋଲି କହିଥିଲେ । ବିଳାସିନୀ ଖଟୁଆ ଏବଂ ଲିଜା ସେଠୀଙ୍କ ସହଯୋଗୀ ପରିଚାଳନାରେ ଅନୁଷ୍ଠିତ ଶୋକସଭାରେ ରାଜୀବ ସାହୁ ଶେଷ ଅର୍ଘ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.