Home ଜିଲ୍ଲା ପରିକ୍ରମା ବରିଷ୍ଠ ହକର୍ ନୃସିଂହ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି , ୰ ବେହେରାଙ୍କ ପରିବାରକୁ ହକରମାନଙ୍କ ଗୋଟିଏ ଦିନର...

ବରିଷ୍ଠ ହକର୍ ନୃସିଂହ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି , ୰ ବେହେରାଙ୍କ ପରିବାରକୁ ହକରମାନଙ୍କ ଗୋଟିଏ ଦିନର କମିଶନ ପ୍ରଦାନ

45

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସକାଳ ହେବା ପୂର୍ବରୁ ଘରେ ଘରେ ଖବରକାଗଜ ପହଞ୍ଚାଉଥିବା ଭଦ୍ରକ ସହରର ଜଣେ ବରିଷ୍ଠ ହକର ନୃସିଂହ ଚରଣ ବେହେରାଙ୍କୁ ଆଜି ସମସ୍ତ ହକରମାନଙ୍କ ପକ୍ଷରୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି । ପ୍ରାତ ୫ଟା ସମୟରେ ନଲେଜ ସେଣ୍ଟର ପରିସରରେ ଏହି ଉପଲକ୍ଷେ ଏକ ଶୋକସଭା ସାମ୍ବାଦିକ ଗୌରହରି ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସହରର ସମସ୍ତ ଖବରକାଗଜ ହକର ଉପସ୍ଥିତ ରହି ୰ ବେହେରାଙ୍କ ସ୍ମୃତିରେ ୨ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ । ଏହି ଅବସରରେ ନଲେଜ ସେଣ୍ଟରର ପରିଚାଳକ ଶେଖ ଆସିଫ ଅଲ୍ଲୀ ୰ ବେହେରାଙ୍କ ସ୍ମୃତିଚାଣ କରିବା ସହ ୫୩ବର୍ଷ ଧରି ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବା ଏକ ବିରଳ ଘଟଣା ବୋଲି କହିଥିଲେ । ନିଜ ଜୀବଦ୍ଦଶା ମଧ୍ୟରେ ସେ କେବଳ ନିଜର ସଚ୍ଚୋଟତାକୁ ପ୍ରମାଣିତ କରିଛନ୍ତି । ତାଙ୍କର ବିକଳ୍ପ ମିଳିବା ଅସମ୍ଭବ ବୋଲି ଶ୍ରୀ ଅଲ୍ଲୀ କହିଥିଲେ । ସେହିପରି ସାମ୍ବାଦିକ ଶ୍ରୀ ନାୟକ ସମସ୍ତ ହକର ବନ୍ଧୁ ୰ ବେହେରାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ମତପୋଷଣ କରିଥିଲେ । ଏହି ଅବସରରେ ନଲେଜ ସେଣ୍ଟର ପରିବାରର ଅନ୍ୟତମ ବରିଷ୍ଠ ସଦସ୍ୟ ରାଜେନ୍ଦ୍ର ପରିଡ଼ା ସମସ୍ତ ହକର୍ ସେମାନଙ୍କ ଦିନକର ପ୍ରାପ୍ୟ ୰ ବେହେରାଙ୍କ ଏକାଦଶାହ ପୂର୍ବରୁ ତାଙ୍କ ପରିବାରକୁ ଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିବା କହିଥିଲେ । ଅପରପକ୍ଷେ ଅନ୍ୟତମ ହକର୍ ରବୀନାରାୟଣ ପାଣୀ ହକରମାନଙ୍କ ପାଇଁ ସରକାରଙ୍କର କୌଣସି ସାମଜିକ ନିରାପତ୍ତା ବ୍ୟବସ୍ଥା ନଥିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ସମସ୍ତ ଖବରକାଗଜ ମାଲିକମାନେ ହକରମାନଙ୍କ ସମସ୍ୟା ପ୍ରତି ଯତ୍ନବାନ ହେବାକୁ ନିବେଦନ କରିଥିଲେ । ଏହାବ୍ୟତୀତ ସରକାର ହକରମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବାକୁ ନିବେଦନ କରିଥିଲେ । ଏହି ଅବସରରେ ନଲେଜ ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ସଜେଦା ଖାତୁନ, ସାମ୍ବାଦିକ ଚାରୁଦତ୍ତ ନାୟକ, ପ୍ରିୟଦର୍ଶନ ବେଇତି, ରାଜେଶ ଦାସ, ଅଫିସ କର୍ମଚାରୀ ଶଶିକାନ୍ତ ତ୍ରିପାଠୀ, ଶେଖ ଅନୱାର, ପ୍ରଭାତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ୰ ବେହେରାଙ୍କ ସ୍ମୃତିଚାରଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଗତକାଲି ଶନିବାର ସକାଳ ୮.୩୦ ସମୟରେ ୭୫ବର୍ଷ ବୟସରେ ହୃଦଘାତରେ ଶ୍ରୀ ବେହେରାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା । ସେ ଦୀର୍ଘ ୫୩ ବର୍ଷ ଧରି ଖବରକାଗଜ ବିତରଣ କ୍ଷେତ୍ରରେ ନୀରବଛିନ୍ନ ଭାବେ କାର୍ଯ୍ୟ କରି ଆସିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.