Home କୋରାପୁଟ କୋରାପୁଟ ତହସିଲରେ ରାଜସ୍ୱ ରଥ ମାଧ୍ୟରେ ପଟ୍ଟା ପ୍ରଦାନ

କୋରାପୁଟ ତହସିଲରେ ରାଜସ୍ୱ ରଥ ମାଧ୍ୟରେ ପଟ୍ଟା ପ୍ରଦାନ

43

କୋରାପୁଟ ୨୦-୦୫ (ଓଡିଆ ପୁଅ / ରଂଜନ ଦାସ)କୋରାପୁଟ ଜିଲ୍ଲାବାସୀଙ୍କୁ ଘର ମୁହଁରେ ରାଜସ୍ୱ ସେବା ଯୋଗାଇବା ଦେବା ପାଇଁ  ରାଜସ୍ୱ ରଥ  ଆରମ୍ଭ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ନିର୍ଦ୍ଦେଶ ଅନୁଯାଇ କୋରାପୁଟ ତହସିଲରେ ରାଜସ୍ୱ ରଥର ଶୁଭାରମ୍ଭ ହୋଇଯାଇଛି । କୋରାପୁଟ ତହସିଲ କାର୍ଯ୍ୟାଳୟ ପରିସରରେ ତହସିଲଦାର ରଞ୍ଜନ କୁମାର ମାନସେଠ ଏହାର ଶୁଭାରମ୍ଭ କରିଛନ୍ତି ।  ପ୍ରଥମ ଦିନରେ ଏହି ରଥ ଦଳେଇପୁଟ ଗ୍ରାମରେ ପହଂଚିଥିଲା । ଏହି ଗ୍ରାମରେ ୭ଜଣଙ୍କୁ ଜମି ପଟ୍ଟା  ପ୍ରଦାନ କରାଯାଇଥିଲା ।  ଅତିରିକ୍ତ ତହସିଲଦାର ସସ୍ମିତା କୁମାରି ଜେନା, ରାଜସ୍ୱ ସୁପରଭାଇଜର ଗୋଲଖ ବିହାରୀ ପରିଡା, ରାଜସ୍ୱ ନିରୀକ୍ଷକ ଦେବାନନ୍ଦ ବେହେରା ପ୍ରମୁଖ ମହାଦେଇପୁଟ ରାଜସ୍ୱ ମଣ୍ଡଳର ଦଳେଇପୁଟ ଗ୍ରାମର ହିତାଧିକାରୀଙ୍କ ଘରେ ପଂହଚି ପଟ୍ଟା ଓ ପ୍ରମାଣ ପତ୍ର ପ୍ରଦାନ କରିଛନ୍ତି । କରୋନା ମହାମାରୀ ସମୟରେ ପଟ୍ଟା, ପ୍ରମାଣପତ୍ର ସହିତ ଜରୁରି କାଗଜପତ୍ର ଆବଶ୍ୟକ କରୁଥିବା ହିତାଧିକାରୀମାନେ ଘରେ ରହି ଅନଲାଇନ ମାଧ୍ୟମରେ ଆବେଦନ କରି ଏହି ସୁବିଧା ନେବାକୁ ଅତିରିକ୍ତ ତହସିଲଦାର ସସ୍ମିତା କୁମାରି ଜେନା କହିଛନ୍ତି । ରାଜସ୍ୱ ବିଭାଗର ଏଭଳି ସେବାକୁ ସାଧାରଣରେ ସ୍ୱାଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.