Home କୋରାପୁଟ କୁନ୍ଦ୍ରା ପୋଲିସ  ଦ୍ୱାରା୪୦ଲକ୍ଷ ଟଙ୍କାର ଗଞ୍ଜେଇ  ଜବତଓଜଣେ ଗିରଫ

କୁନ୍ଦ୍ରା ପୋଲିସ  ଦ୍ୱାରା୪୦ଲକ୍ଷ ଟଙ୍କାର ଗଞ୍ଜେଇ  ଜବତଓଜଣେ ଗିରଫ

45

କୋରାପୁଟ ୨୦-୦୫(ଓଡିଆ ପୁଅ / ରଂଜନ ଦାସ) କୁନ୍ଦ୍ରା ପୋଲିସ ଏକ ନମ୍ବର ବିହୀନ ବଲେରୋ ଜିପରୁ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ  ଜବତ କରିଥିବାବେଳେ ଚୋରା ଗଞ୍ଜେଇ  ଚାଲାଣରେ ସମ୍ପୃକ୍ତ  ଜଣକୁ ଗିରଫ କରଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ମାଛକୁଣ୍ଡ ଥାନା ବାଲେଲ ଗ୍ରାମର ସୁରେଶ ବିଷୋୟୀ(୨୦ ) ବୋଲି ଜଣାପଡିଛି । ଲମତାପୁଟ ଅଂଚଳରୁ  କୁନ୍ଦ୍ରା ଦେଇ ଛତିଶଗଡର ଜଗଦଲପୁରକୁ  ଏକ ନମ୍ବର ନ ଥିବା ବଲେରୋ ଜିପରେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଥାନା ଅଧିକାରୀ  ଶେଷଦେବ ବେହେରାଙ୍କୁ  ସୂଚନା ମିଳିଥିଲା । ସୂଚନା ମୂତାବକ  ଆଇଆଇସି ସହଦେବ ବେହେରା ,ଏଏସଆଇ କେଏସ.ରାଓ ଏବଂ ଅନ୍ୟ ମାନଙ୍କୁ ନେଇ ଗଠିତ ଟିମ୍ ଖଟଲାପଦର ପୋଲ ନିକଟରେ ଅପେକ୍ଷା କରି ରହିଥିଲେ । ବଲେରୋ ଜିପ ଆସିବା ପରେ  ଅଟକାଇ ଯାଂଚ କରିଥିଲେ  । ପୋଲିସକୁ  ଦେଖି  କିଛି ଦୂରରେ  ଡ୍ରାଇଭର ଗାଡି ଅଟକାଇବା ପରେ ଗାଡିରେ ଥିବା ୨ଜଣ ଚମ୍ପଟ ମାରିବାକୁ ଡେଇଁ ପଡିଥିଲେ ।ପୋଲିସ ଟିମ ସୁରେଶ ବିଷୋୟୀକୁ  କାବୁ କରି ନେଇଥିଲେ ମଧ୍ୟ ଅନ୍ୟ ଜଣେ ଅଭିଯୁକ୍ତ ବାଲେଲ ଗ୍ରାମର ମଙ୍ଗଳା ଖରା କୌଶଳ କ୍ରମେ ଜଙ୍ଗଲ ଭିତରକୁ  ଖସି ପଳାଇଥିଲା ।  ବଲେରୋ ଜିପର ଥିବା ମଝି ସିଟ ବାହାର କରି ଦିଆ ଯାଇଥିବାବେଳେ ସେହି ସ୍ଥାନରେ  ଗଞ୍ଜେଇ ରଖା ଯାଇଥିଲା ।  ମାଜଷ୍ଟ୍ରେଟଙ୍କ  ଉପସ୍ଥିତିରେ ଜବତ ଗଞ୍ଜେଇ   ଓଜନ କରା ଯାଇଥିଲା ଓ  ଜରି ଅଖା ଗୁଡିକରେ ୪୪୫ କିଲୋ ୮୦୦ ଗ୍ରାମ ଗଞ୍ଜେଇ  ଥିବା ଜଣା ପଡିଥିଲା । ଜବତ ଗଞ୍ଜେଇର ବଜାର ମୂଲ୍ୟ  ୪୦ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । ଗଞ୍ଜେଇ  ଏବଂ  ବଲେରୋ ଜିପସହ ପୋଲିସ ଗୋଟିଏ ମୋବାଇଲ ଫୋନ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.