Home ଜିଲ୍ଲା ପରିକ୍ରମା ଭାରତୀୟ ତାଇକଣ୍ଡୋ ଦଳରେ ଚିନ୍ମୟଙ୍କ ନାମ ପ୍ରଶିକ୍ଷକ ତାଲିକାରେ ଅନ୍ତର୍ଭୁକ୍ତ

ଭାରତୀୟ ତାଇକଣ୍ଡୋ ଦଳରେ ଚିନ୍ମୟଙ୍କ ନାମ ପ୍ରଶିକ୍ଷକ ତାଲିକାରେ ଅନ୍ତର୍ଭୁକ୍ତ

34

ଭଦ୍ରକ, ୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ତାଇକଣ୍ଡୋ ଦଳରେ ଚିନ୍ମୟଙ୍କ ନାମ ପ୍ରଶିକ୍ଷକ ତାଲିକାରେ ଅନ୍ତର୍ଭୁକ୍ତ । ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜି-୨ ଅନଲାଇନ୍ ଅନ୍ତର୍ଜାତୀୟ ପୁମ୍‌ସେ ତାଇକଣ୍ଡୋ ପ୍ରତିଯୋଗିତାରେ ଯାହାକି ଓସେନିଆ ତାଇକଣ୍ଡୋ ସଂଘ ଏବଂ ବିଶ୍ୱ ତାଇକଣ୍ଡୋ ସଂଘ ଦ୍ୱାରା ଅନୁଷ୍ଠିତ ହେବ । ଏଥିରେ ବିଭିନ୍ନ ଦେଶର ଜାତୀୟ ତାଇକଣ୍ଡୋ ପୁମସେ ପ୍ରତିଯୋଗୀମାନେ ନିଜ ନିଜର ପୁମସେ ଭିଡିଓର ୟୁଟ୍ୟୁବ ଲିଙ୍କ ପ୍ରଦାନ କରିବେ । ଏଥିନିମନ୍ତେ ଇଣ୍ଡିଆ ତାଇକଣ୍ଡୋ ଦ୍ୱାରା ଭାରତୀୟ ଦଳର ନାମ ତଲିକା ଘୋଷଣା କରାଯାଇଅଛି । ଏଠାରେ ୧୭ ଜଣଙ୍କ ନାମ ଘୋଷଣା କରାଯାଇଅଛି । ଏଥିରେ ଓଡିଶାରୁ ଚିନ୍ମୟ ବେହେରାଙ୍କର ନାମ ପ୍ରଶିକ୍ଷକ ଭାବେ ଘୋଷଣା କରାଯାଇଅଛି । ଅନ୍ୟ ରାଜ୍ୟ ମଧ୍ୟ ଅନ୍ୟ ୬ଜଣଙ୍କର ନାମ ଏଥିରେ ପ୍ରଶିକ୍ଷକ ରୂପେ ସାମିଲ ଅଛି ଏବଂ ଅନ୍ୟ ୮ ଜଣ ଖେଳାଳୀଙ୍କର ନାମ ମଧ୍ୟ ସାମିଲ ଅଛି । ଅନ୍ତର୍ଜାତୀୟ ପୁମସେ ତାଇକଣ୍ଡୋ ପ୍ରତିଯୋଗିତାରେ ଓଡିଶାରୁ ଚିନ୍ମୟଙ୍କର ନାମ ପ୍ରଥମ ଥର ପାଇଁ ଭାରତୀୟ ଦଳରେ ପ୍ରଶିକ୍ଷକ ରୂପେ ସାମିଲ କରାଯାଇଅଛି । ଏଥିନିମନ୍ତେ ଚିନ୍ମୟଙ୍କୁ ଓଡିଶା ତାଇକଣ୍ଡୋର ସଭାପତି ତଥା ଅନ୍ତର୍ଜାତୀୟ ରେଫରୀ ସୁନ୍ଦରମଣୀ ପଟେଲ ଓ ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଥିଲେ । ଏହି ବିଷୟରେ ସମସ୍ତ ବିବରଣୀ ବିଶ୍ୱତାଇକଣ୍ଡୋ ୱେବସାଇଟରେ ଉପଲବ୍ଧ ଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.