Home କେନ୍ଦୁଝର ରାସ୍ତା ତଳକୁ ଖସିଲା ବାଲିବୋଝେଇ ହାଇୱା, ମୁମୁର୍ଷ ଅବସ୍ଥାରେ ଡ୍ରାଇଭର ଉଦ୍ଧାର ଲୋକେ

ରାସ୍ତା ତଳକୁ ଖସିଲା ବାଲିବୋଝେଇ ହାଇୱା, ମୁମୁର୍ଷ ଅବସ୍ଥାରେ ଡ୍ରାଇଭର ଉଦ୍ଧାର ଲୋକେ

9

ହାଟଡିହି- ୩ /୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ଆନନ୍ଦପୁର-ଭଦ୍ରକ ରାସ୍ତାର ବଞ୍ଚୋଛକ ନିକଟରେ ଏକ ବାଲିବୋଝେଇ ହାଇୱା ଓଲଟି ପଡିଥିବାବେଳେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର ଦୀର୍ଘ ୪ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ ପରେ ମୁମୁର୍ଷ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇ ପାରିଛି । ଖବରରୁ ଜଣାଯାଇଛି ଯେ ବାଲି ବୋଝେଇ ଟ୍ରକଟି ଆନନ୍ଦପୁରରୁ ବାଲିନେଇ ଭଦ୍ରକ ଯାଉଥିବାବେଳେ ବଞ୍ଚୋଛକ ନିକଟରେ ମାର୍କଣ୍ଡ ଚରଣ ଓଝାଙ୍କ ଘର ସମ୍ମୁଖରେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡରେ ଥିବା ଏକ ଗଛକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡି ଚାପିହୋଇଯାଇଥିଲା । ଗାଡିର ଡ୍ରାଇଭର ବାଲେଶ୍ୱର ଜିଲ୍ଲା ଅଢ଼ା ବେଗୁନିଆ ଗ୍ରାମର ସୁନିଲ କୁମାର ମଲ୍ଲିକ ଗାଡି ଭିତରେ ଚାପିହୋଇ ରହିଯାଇଥିଲେ । ଦୁର୍ଘଟଣା ଶବ୍ଦ ଶୁଣି ଦେଖି ମାର୍କଣ୍ଡ ଓଝାଙ୍କ ପରିବାର ଲୋକେ ଦୌଡି ଆସି ତୁରନ୍ତ ହାଟଡିହି ଦମକଳ କେନ୍ଦ୍ରକୁ ଜଣାଇଥିଲେ । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଷ୍ଟିୟରିଂକୁ କାଟି ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନଥିଲେ । ପରେ ଘଟଗାଁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅତି ସନ୍ତର୍ପଣ ସହକାରେ ଗାଡିର ବିଭିନ୍ନ ଅଂଶକୁ କାଟିବାପରେ ଏକ ଜେସିବି ମେସିନ ସାହାଯ୍ୟରେ ଗାଡି ଟିକୁ ଟେକି ଦୀର୍ଘ ୪ଘଣ୍ଟାର ଅକ୍ଳାନ୍ତ ଉଦ୍ୟମ ପରେ ଚାଳକ ଜଣକୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରିବାରେ ସଫଳ ହୋଇଥିଲେ । ପରେ ହାଟଡିହି ଦମକଳ ସାହାଯ୍ୟରେ ସୁନିଲଙ୍କୁୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବାବେଳେ ପରେ ସେଠାରୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥାନୀୟ ଲୋକଙ୍କ ଏପରି ଉଦ୍ୟମକୁ ସାଧାରଣରେ ପ୍ରସଂଶା କରାଯାଉଛି । ଏବେ ବି ମଣିଷ ପଣିଆ ବଞ୍ଚିଛି । ଜଣେ ଅପରିଚିତ ଯୁବକକୁ ଉଦ୍ଧାର କରିବାପାଇଁ ଯେପରି ଲୋକମାନେ ଘଣ୍ଟା ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କଲେ ତାହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.