Home ଜିଲ୍ଲା ପରିକ୍ରମା ଭଦ୍ରକରେ ସୋମବାରଠାରୁ ସକାଳ ୫ରୁ ଦିନ ୨ ଟା ପର୍ଯ୍ୟନ୍ତ ଦୋକାନ ଖୋଲା

ଭଦ୍ରକରେ ସୋମବାରଠାରୁ ସକାଳ ୫ରୁ ଦିନ ୨ ଟା ପର୍ଯ୍ୟନ୍ତ ଦୋକାନ ଖୋଲା

59

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବଣିକ ସଂଘର ନିଷ୍ପତି ଅନୁଯାୟୀ କରୋନର ଦୃତ ସଂକ୍ରମଣରେ ପ୍ରତିବନ୍ଧକ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହା ଶୃଙ୍ଖଳ ଭଙ୍ଗ ପାଇଁ ଜନ ସମାଗମକୁ ବନ୍ଦ କରିବା ଚିନ୍ତା ନେଇ ଆସନ୍ତା ୩ ତାରିଖ ସୋମବାର ଠାରୁ ପ୍ରତିଦିନ ଭଦ୍ରକ ସହରର ସମସ୍ତ ଦୋକାନ ବଜାର ଦିନ ୨ଟାରୁ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆ ଯାଇଛି । ଫଳରେ ସପ୍ତାହାନ୍ତ ଶଟ୍‌ଡାଉନ ଓ ପ୍ରତିରାତ୍ରର କର୍ଫ୍ୟୁ ସକାଳ ୫ଟାରେ କୋହଳ ହେବା ପରେ ସକାଳ ୫ରୁ ଦିନ ୨ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିବା ନେଇ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେବାରୁ ଜିଲ୍ଲା ପ୍ରଶାସନ ଏହାକୁ ସ୍ୱାଗତ କରିଛି । ଫଳରେ ଏହା ଆସନ୍ତା ସେମାବାରଠାରୁ ଲାଗୁ ହେବ ବୋଲି ଜିଲ୍ଲା ପ୍ରଶାସନ ଟୁଇଟ ଯୋଗେ ଅବଗତ କରାଇଛି । ଏଥି ସହିତ ପ୍ରତ୍ୟେକ ଦୋକାନୀ ନିଜ ନିଜ ଦୋକାନରେ ସାମାଜିକ ଦୂରତ୍ୱ ରକ୍ଷା କରିବେ । ମାସ୍କ ନିଶ୍ଚିତ ପିନ୍ଧିବେ, ଦୋକାନ ଭିତରେ ଗହଳି ନ କରିବାକୁ ସଂଘ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.