Home ଜିଲ୍ଲା ପରିକ୍ରମା ସିଏଚ୍‌ଏସ୍‌ଇ ପରୀକ୍ଷାକୁ ବାତିଲ ଦାବିରେ ଭଦ୍ରକ ସ୍ୱୟଂଶାସିତ ଜୁନିୟର କଲେଜର ଦାବିପତ୍ର

ସିଏଚ୍‌ଏସ୍‌ଇ ପରୀକ୍ଷାକୁ ବାତିଲ ଦାବିରେ ଭଦ୍ରକ ସ୍ୱୟଂଶାସିତ ଜୁନିୟର କଲେଜର ଦାବିପତ୍ର

39

ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍‌-୧୯ ର ଭୟାବହତାକୁ ଦୃଷ୍ଟିରେ ରଖି କାଉନ୍‌ସିଲ ଅଫ୍ ହାୟର ସେକେଣ୍ଡାରୀ ଏଜୁକେଶନ ପରୀକ୍ଷାକୁ (+୨) ବନ୍ଦ କରିବା ଦାବିନେଇ ଆଜି ଭଦ୍ରକ ସ୍ୱୟଂ ଶାସିତ ଜୁନିୟର କଲେଜର ଛାତ୍ରଛାତ୍ରୀମାନେ ଜିଲାପାଳଙ୍କ ଜରିଆରେ ରାଜ୍ୟ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ର ଏସ୍‌କେ ଜାବେଦ କାଦ୍ରୀ, ମୃତ୍ୟୁଞ୍ଜୟ ନାୟକ, ପ୍ରକାଶ କୁମାର ସେଠୀ, ଯାଜ୍ଞସେନୀ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ ରାଉତ, ରୋଜାଲିନ୍ ମହାପାତ୍ର, ଆଲୋକ ଦାସ, ବିଶ୍ୱଜିତ୍ ସିଂ ଓ ଦେବବ୍ରତ ନାୟକ ପ୍ରମୁଖଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପରୋକ୍ତ ଦାବି ନେଇ ଆଜି ମହାବିଦ୍ୟାଳୟରୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ସାମାଜିକ ଦୂରତ୍ୱା ବଜାୟ ରଖି ଏକ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବିପତ୍ର ମୂଳେ ଚଳିତବର୍ଷ କୋଭିଡ୍‌-୧୯ ର ଦ୍ୱିତୀୟ ଲହରୀର ଭୟାବହତା କାରଣରୁ ଚଳିତବର୍ଷ ସେମାନଙ୍କର କ୍ଲାସ୍ ବାତିଲ କରାଯାଇଛି । ବହୁ ଗରିବ ଛାତ୍ରଛାତ୍ରୀଙ୍କ ସ୍ମାର୍ଟଫୋନ୍ ନଥିବାରୁ ସେମାନେ ଅନଲାଇନ୍ କ୍ଲାସ୍‌ରୁ ବଂଚିତ ହେଉଛନ୍ତି । ଏଣୁ ଅନଲାଇନ୍ କ୍ଲାସ୍‌ର ବହୁ ବିଷୟ ସେମାନଙ୍କର ଅବୁଝା ହୋଇ ରହିଯାଉଛି । ଏଣୁ ଚଳିତବର୍ଷ ସିବିଏସ୍‌ି ଦଶମ ପରୀକ୍ଷା ଭଳି ସେମାନଙ୍କର ପରୀକ୍ଷାକୁ ବନ୍ଦ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.