କୋରାପୁଟ ୨୪-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ଶନିବାର ଦିନ ୨୬ଜଣ ମହିଳାଙ୍କ ସମେତ ୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୦୦ ରେ ପହଂଚିଛି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୮,ଜୟପୁର ପୌରାଂଚଳରୁ ୧୯, ଓ ସୁନାବେଡା ପୌରାଂଚଳରୁ୬ ଜଣ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକରୁ ୩,ବୋରିଗୁମ୍ମା ବ୍ଲକରୁ ୯,ଜୟପୁର ବ୍ଲକରୁ ୧ ଓ କୋରାପୁଟ ବ୍ଲକରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଟପାଡ ବ୍ଲକରୁ ୩,କୁନ୍ଦ୍ରା ବ୍ଲକରୁ ୨ ,ଲକ୍ଷ୍ମୀପୁର ବ୍ଲକରୁ ୨,ନନ୍ଦପୁର ବ୍ଲକରୁ ୧,ପଟ୍ଟାଙ୍ଗୀ ବ୍ଲକରୁ ୩ ଏବଂ ସେମିଲିଗୁଡା ବ୍ଲକରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୩ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୮ ହଜାର ୮୮୨ ଜଣଙ୍କୁ କରୋନା ଟୀକାକରଣ କରା ଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।