କୋରାପୁଟ ୨୧-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧୁବାର ଦିନ ୨୨ଜଣ ମହିଳାଙ୍କ ସମେତ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ ୯,ଜୟପୁର ପୌରାଂଚଳରୁ ୨୮, ଓ ସୁନାବେଡା ପୌରାଂଚଳରୁ ୪ଜଣ ଚିହ୍ନଟ ହୋଇଥିବାବେଳେ କୋଟପାଡ ଏନଏସିରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବୋରିଗୁମ୍ମା ବ୍ଲକରୁ ୪,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୩ ଓ କୋରାପୁଟ ବ୍ଲକରୁ ୩ଜଣ କରୋନା ପଜିଟିଭ୍ ବାହାରିଥିବାବେଳେ କୋଟପାଡ ବ୍ଲକରୁ ୧,କୁନ୍ଦ୍ରା ବ୍ଲକରୁ ୧ ,ଲକ୍ଷ୍ମୀପୁର ବ୍ଲକରୁ ୧,ପଟ୍ଟାଙ୍ଗୀରୁ ୧ ଏବଂ ସେମିଲିଗୁଡା ବ୍ଲକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୦ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୨ ଲକ୍ଷ ୪ ହଜାର ୧୯୨ ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।