Home କୋରାପୁଟ କୋରାପୁଟ ଜିଲ୍ଲାରେ ୬୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୬୨ଜଣ କରୋନା ପଜିଟିଭ ଚିହ୍ନଟ

29

କୋରାପୁଟ ୨୧-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ବୁଧୁବାର ଦିନ ୨୨ଜଣ ମହିଳାଙ୍କ ସମେତ ୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିି । ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୯,ଜୟପୁର ପୌରାଂଚଳରୁ ୨୮, ଓ  ସୁନାବେଡା ପୌରାଂଚଳରୁ   ୪ଜଣ  ଚିହ୍ନଟ ହୋଇଥିବାବେଳେ  କୋଟପାଡ ଏନଏସିରୁ  ୨ଜଣ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବୋରିଗୁମ୍ମା ବ୍ଲକରୁ ୪,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୩  ଓ କୋରାପୁଟ ବ୍ଲକରୁ ୩ଜଣ କରୋନା ପଜିଟିଭ୍ ବାହାରିଥିବାବେଳେ କୋଟପାଡ ବ୍ଲକରୁ ୧,କୁନ୍ଦ୍ରା ବ୍ଲକରୁ ୧ ,ଲକ୍ଷ୍ମୀପୁର  ବ୍ଲକରୁ  ୧,ପଟ୍ଟାଙ୍ଗୀରୁ ୧  ଏବଂ ସେମିଲିଗୁଡା  ବ୍ଲକରୁ  ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ ୨୦  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୪ ହଜାର ୧୯୨  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ  ପକ୍ଷରୁ ସୂଚନା  ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.