Home ଓଡ଼ିଶା ରଣପୁର ସବ୍ ଜେଲ୍ ରେ ରାମ ଜନ୍ମ ଉତ୍ସବ ପାଳିତ

ରଣପୁର ସବ୍ ଜେଲ୍ ରେ ରାମ ଜନ୍ମ ଉତ୍ସବ ପାଳିତ

39

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ) -ସାରା ଦେଶରେ ମର୍ଯ୍ୟଦାପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଥାଏ । ପ୍ରତ୍ୟେକ ମଠ,ମନ୍ଦିର ,ଗ୍ରାମାଂଚଳ ଯେଉଁଠାରେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ବିଗ୍ରହ ପୂଜା ପାଉଅଛି ସବୁ ସ୍ଥାନରେ ରାମ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ସୀମିତ ଭକ୍ତଙ୍କୁ ନେଇ ପ୍ରଭୁଙ୍କର ଜନ୍ମ ଉତ୍ସବ ପାଳିତ ହୋଇଯାଇଅଛି ।ପ୍ରତ୍ୟେକ ଜେଲ୍ ମାନଙ୍କରେ ଏହି ଉତ୍ସବକୁ ନିଷ୍ଠାର ସହ ପାଳନ କରାଯାଇଥାଏ ।

ତେଣୁ ରଣପୁର ସବ୍ ଜେଲ୍‌ରେ ଜେଲର୍ ବାବୁଲି ବାରିକଙ୍କ ସୂଚନା ଅନୁଯାୟୀ ମର୍ଯ୍ୟଦାପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଅଛି । ଜେଲ୍ ରେ ଥିବା ସମସ୍ତ ଅନ୍ତେବାସୀ ଓ ଜେଲ୍ କର୍ମଚାରୀମାନେ ଏହି ଉତ୍ସବକୁ ନିଷ୍ଠାର ସହ ପାଳନ କରିଥିବା ଜଣାପଡିଛି । ସେଭଳି ଭାବରେ ରଣପୁର ଜଗନ୍ନାଥ ମନ୍ଦିର ପରିସର ରେ ବଧି ରଘୁନାଥ ମନ୍ଦିର,କୋଟଗଡ ଗୁମ୍ଫା ଶ୍ରୀ ରାମ ମନ୍ଦିର ,ମଝିଆଖଣ୍ଡ ଓ ରଣପୁର ଅଂଚଳର ସମସ୍ତ ମଠ ମନ୍ଦିରରେ ମର୍ଯ୍ୟଦାପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପାଳିତ ହୋଇଯାଇଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.