Home Top News ଦୁଃଖଦ: ହାତୀ ଆକ୍ରମଣରେ ୪ ମୃତ..

ଦୁଃଖଦ: ହାତୀ ଆକ୍ରମଣରେ ୪ ମୃତ..

91

ଭୁବନେଶ୍ୱର/ବଲାଙ୍ଗୀର/ବରଗଡ଼: ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଏବଂ ବରଗଡ଼ ଜିଲା ଗାଇସିଲେଟ ଅଞ୍ଚଳରେ ଆଜି ସକାଳେ ଏକ ହାତୀ ଆକ୍ରମଣରେ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଲୋଇସିଂହା, ଆଗଲପୁର ବ୍ଲକ ଭରସୁଜା ପଞ୍ଚାୟତ ଦରଲୀପାଲି ଗ୍ରାମର ବିରଞ୍ଚି ସାହୁ(୬୦) ଆଜି ସକାଳୁ କ୍ଷେତକୁ ଆମ୍ବ ତୋଳିବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଅନ୍ୟ ମୃତକ ମାନେ ହେଲେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ ନାଥପାଲି ଗ୍ରାମର ଶିବ ସେଟ ଓ ଉମରାଟ ଗ୍ରାମର ବିରଞ୍ଚି କୁମ୍ଭାର ଓ ମାଲ ସେଟ ବୋଲି ଜଣାପଡ଼ିଛି। ପୋଖରୀକୁ ଶୌଚ ହେବା ପାଇଁ ଯାଉଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଥିଲେ। ଘଟଣାସ୍ଥଳକୁ ଉଭୟ ଲୋଇସିଂହା ଓ ଗାଇସିଲେଟ ବନବିଭାଗ ସମେତ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚିଛନ୍ତି। ହାତୀଟି ନିକଟରେ ଥିବା ପତରା ଜଙ୍ଗଲ ପଟକୁ ଚାଲି ଯାଇଥିବା ଖବର ମିଳିଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.