Home ଜିଲ୍ଲା ପରିକ୍ରମା କରୋନାକୁ ନେଇ ଚିନ୍ତା ବଢାଉଛି ଧାମରା ବନ୍ଦର, ୫ କରୋନା ପଜିଟିଭ୍ ନେଇ କୋକୁଆଭୟ ,ଜଣେ...

କରୋନାକୁ ନେଇ ଚିନ୍ତା ବଢାଉଛି ଧାମରା ବନ୍ଦର, ୫ କରୋନା ପଜିଟିଭ୍ ନେଇ କୋକୁଆଭୟ ,ଜଣେ ଗୁରୁତରକୁ ଭଦ୍ରକ ସ୍ଥାନାନ୍ତର

35

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରାରେ କରୋନାର ଦ୍ୱିତୀୟ ଲହରୀ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି । ଗତ ୯ ତାରିଖରେ ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ୨ ବାହାର ରାଜ୍ୟର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ପୁନଶ୍ଚ ଗତକାଲି ଆଉ ୫ଜଣ କର୍ମଚାରୀଙ୍କ ମଧ୍ୟରେ କରୋନା ଲକ୍ଷଣ ଜଣା ପଡିବା ପରେ ସ୍ଥାନୀୟ ଲୋକେ ପ୍ରମାଦ ଗଣିବାକୁ ଲାଗିଲେଣି । ସରକାର ବାହାର ରାଜ୍ୟରୁ ଶ୍ରମିକଙ୍କ ଫେରିବାକୁ ନେଇ ଯେତେ କଟକଣ।। କରୁଥିଲେ ମଧ୍ୟ ଆଦାନୀ ଧାମରା ପୋର୍ଟ ଉପରେ ଏହାର ସାମାନ୍ୟ ତମ ପ୍ରଭାବ ପଡୁ ନ ଥିବା ଦେଖିବାକୁ ମିଳୁଛି ।ଦୈନିକ ଶହ ଶହ ସଂଖ୍ୟାରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ,ବିହାର,ଝାଡଖଣ୍ଡ ,ଆନ୍ଧ୍ରପ୍ରଦେଶରୁ ଶ୍ରମିକ ଧାମରା ବନ୍ଦର ମୁହାଁ ହେବାରେ ଲାଗିଥିବା ବେଳେ ଏହାକୁ ରୋକ ଲଗାଇବାକୁ ସାଧାରଣରେ ଦାବୀ ହୋଇଛି ।ତେବେ ଗତକାଲି ଧାମରା ବନ୍ଦର ମଧ୍ୟରେ କାର୍ଯ୍ୟରତ ବିଭିନ୍ନ ବିଭାଗର ୫ଜଣ ବାହାର ରାଜ୍ୟର କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ଓ ସେମାନଙ୍କୁ ବନ୍ଦର ମଧ୍ୟରୁ ଆଣି ଧାମରା ବଜାର ମଧ୍ୟ ଭାଗରେ ଥିବା ଗେଷ୍ଟ ହାଉସରେ ରଖିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି । ତେବେ ଗତକାଲି ଚିହ୍ନଟ ହୋଇଥିବା ୫ଜଣ କର୍ମଚାରୀଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶରୁ ୨,, ଉତରପ୍ରଦେଶରୁ ୨ଜଣ,,ଓ ପଶ୍ଚିମ ଓଡିଶାର ୧ଜଣ କର୍ମଚାରୀ ଥିବା ଜଣାଯାଇଛି ।ତେବେ ଏମାନଙ୍କ ମଧ୍ୟରୁ ଜନକ ଅବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଲଗାତର ୫ଦିନ ମଧ୍ୟରେ ୭ଜଣ କର୍ମଚାରୀ କରୋନା ପୋଜିଟିଭ୍ ଚିହ୍ନଟ ହେବା ଓ ସେମାନଙ୍କୁ ଆଣି ଧାମରା ବଜାର ମଧ୍ୟଭାଗରେ ଥିବା ଗେଷ୍ଟ ହାଉସରେ ରଖିବା ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଯାଇଛି । ବଜାର ମଧ୍ୟରେ ଥିବା ଗେଷ୍ଟ ହାଉସକୁ ସ୍ଥାନୀୟ ଲୋକଙ୍କ ଯିବା ଆସିବା ଓ ସେମାନଙ୍କୁ ଦେଖାଶୁଣା କରୁଥିବା କର୍ମଚାରୀ ମାନେ ବଜାର ମଧ୍ୟରେ ବିନା କଟକଣାରେ ଚଳପ୍ରଚଳ କରିବା ନେଇ ସ୍ଥାନୀୟ ଲୋକେ ପ୍ରମାଦ ଗଣିବାକୁ ଲାଗିଲେଣି । ତେବେ ସବୁଠୁ ବଡ କଥା ହେଲା ବଜାର ମଧ୍ୟରେ ଥିବା ଗେଷ୍ଟ ହାଉସରେ କରୋନା ପୋଜିଟିଭ୍ ରହୁଥିଲେ ମଧ୍ୟ ଧାମରା ବନ୍ଦର ପୋଲିସ ପକ୍ଷରୁ କିମ୍ବା ସ୍ଥାନୀୟ ବଜାର କମିଟ ପକ୍ଷରୁ ଲୋକ ମାନଙ୍କୁ କୌଣସି ସଚେତନ କରାଯାଉନାହିଁ । ତେବେ ଏ ନେଇ ଭଦ୍ରକ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.