କୋରାପୁଟ ୧୩-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମଙ୍ଗଳବାର ଦିନ ୨ଜଣ ମହିଳାଙ୍କ ସମେତ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛିା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ନୂଆସାହି ଓ ଗୋପବନ୍ଧୁନଗରରୁ ଜଣେ ଲେଖାଏଁ ,କୋରାପୁଟ ପୌରାଂଚଳର ପୁଜାରିପୁଟ ଓ ଡିଏନକେ କଲୋନୀରୁ ଜଣେ ଲେଖାଏଁ ଜଣ ଚିହ୍ନଟ ହୋଇଥିବାବେଳେ ସୁନାବେଡା ପୌରାଂଚଲର ସେମିଲିଗୁଡା ସମବାୟ କଲୋନୀରୁ ଜଣେ ଏବଂ କୋଟପାଡ ଏନଏସି ବଣ୍ଡାଗୁଡାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବନ୍ଧୁଗାଁ ବ୍ଲକ ବି.ସରଲିରୁ ୧,ବୋରିଗୁମ୍ମା ବ୍ଲକ ଆଉଁଳି ଗ୍ରାମରୁ ୧,ଜୟପୁର ବ୍ଲକ ଆମ୍ବାଗୁଡାରୁ ଜଣେ ଏବଂ କୋରାପୁଟ ବ୍ଲକ ନାଲକୋ ଟାଉନସିପରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି । ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୨ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସର ୧ଲକ୍ଷ ୯୦ ହଜାର ୪୭୩ ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।