Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୦ଜଣ କରୋନା ପଜିଟିଭ ଚିହ୍ନଟ

17

କୋରାପୁଟ ୧୩-୦୪(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ଜିଲ୍ଲାରେ ମଙ୍ଗଳବାର  ଦିନ ୨ଜଣ ମହିଳାଙ୍କ ସମେତ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା  ଦିଆଯାଇଛିା ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଜୟପୁର ପୌରାଂଚଳର ନୂଆସାହି ଓ ଗୋପବନ୍ଧୁନଗରରୁ ଜଣେ ଲେଖାଏଁ  ,କୋରାପୁଟ ପୌରାଂଚଳର ପୁଜାରିପୁଟ ଓ ଡିଏନକେ କଲୋନୀରୁ  ଜଣେ ଲେଖାଏଁ  ଜଣ ଚିହ୍ନଟ ହୋଇଥିବାବେଳେ  ସୁନାବେଡା ପୌରାଂଚଲର ସେମିଲିଗୁଡା ସମବାୟ କଲୋନୀରୁ  ଜଣେ ଏବଂ କୋଟପାଡ ଏନଏସି ବଣ୍ଡାଗୁଡାରୁ ଜଣେ ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି  ବନ୍ଧୁଗାଁ ବ୍ଲକ ବି.ସରଲିରୁ ୧,ବୋରିଗୁମ୍ମା ବ୍ଲକ ଆଉଁଳି ଗ୍ରାମରୁ ୧,ଜୟପୁର ବ୍ଲକ ଆମ୍ବାଗୁଡାରୁ  ଜଣେ  ଏବଂ  କୋରାପୁଟ ବ୍ଲକ ନାଲକୋ ଟାଉନସିପରୁ ଜଣେ  ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣା ପଡିଛି ।  ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଏପ୍ରିଲ୍ ୧୨ ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୧ଲକ୍ଷ ୯୦  ହଜାର ୪୭୩ ଜଣଙ୍କୁ କରୋନା ଟୀକା କରଣ କରା ଯାଇଥିବା ଜିଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.