ଭଦ୍ରକ, ୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ଦୋସିଙ୍ଗା ହାଇସ୍କୁଲରେ ଥିବା ପ୍ରଧାନ ଶିକ୍ଷକ ସୁକୁମାର ଜେନା ୨୦୨୦ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେହି ସମୟରେ ଦୋସିଙ୍ଗା ହାଇସ୍କୁଲର ଶିକ୍ଷକ ମଣ୍ଡଳୀ ସଂପୃକ୍ତ ପୂର୍ବତନ ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ନ୍ଧନା ଜଣାଇନଥିଲେ । ଆଜି ଏକ ଭବ୍ୟ ଆୟୋଜନ ମଧ୍ୟରେ ବହୁ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବିଦାୟ କାଳୀନ ସମ୍ଭର୍ନ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସଭାରେ ୨ଜଣ ସିଆରସିସି ,ଚାକିରୀରୁ ଅବସର ନେଇଥିବା ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ସଂପୃକ୍ତ ପ୍ରଧାନ ଶିକ୍ଷକ ସୁକୁମାର ଜେନାଙ୍କୁ ବିଦାୟକାଳୀନ ସମ୍ଭର୍ନ୍ଧନା ଜଣାଇଥିଲେ ମଧ୍ୟ କୋବିଦ ନିୟମକୁ ଜଳାଞ୍ଜଳି ଦେଇଥିଲେ । ଏହି ଶିକ୍ଷକ ସମାଜ ଛାତ୍ରଛାତ୍ରୀ ମାନଙ୍କୁ ମହମାରୀ କରୋନା ସମ୍ଭନ୍ଧରେ ବହୁ ସାର ଗର୍ଭକ ଭାଷଣ ଦେଇ କିପରି ମହାମାରୀ କରୋନା ପ୍ରକୋପରୁ ରକ୍ଷା ପାଇବେ ସେ ନେଇ ଭାଷଣ ଦେଇ ଆସୁଥିବା ବେଳେ ଆଜିର ଏହି ସଭାରେ ଉପସ୍ଥିତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ମାସ୍କ ବ୍ୟବହାର କରିବା ତଥା ସାମାଜିକ ଦୂରତା ରକ୍ଷା କରିବାରେ ବିଫଳ ହୋଇଥିଲେ । ଆଜିର ଏହି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ପଂଚାନନ ମାନ୍ନା,ମୁଖ୍ୟ ବକ୍ତା ଭାବେ ଗୟାଧର ରାଉତ,ନାରାୟଣ ଚନ୍ଦ୍ର ବେହେରା ଅତିଥି ଭାବେ ସିଆରସିସି ଧନପତି ମାନ୍ନା, ଅଭିମନ୍ୟୁ ନାୟକ, ରାଜକିଶୋର ମଲିକ,ଅର୍ଦ୍ଧେନ୍ଦୁ ଗିରି, ଶରତ ପତି ମାଇତି,ପ୍ରଫୁଲ ପାତ୍ର, ଭବେଶ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଦୋସିଙ୍ଗା ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।