ଭଦ୍ରକ, ୧୬ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ ଓଡଙ୍ଗ ଗ୍ରାମପଞ୍ଚାୟତ ନିବାସୀ ପୂର୍ଣ୍ଣଚନ୍ଦ୍ର ମହୁରୀ ଓ ଧନେଶ୍ୱର ମହୁରୀଙ୍କର ଦୁଇପୁତ୍ର, ରଂଜନ ଏବଂ ବାପିନ ଓ ଅଭିମନ୍ୟୁ ମହୁରୀଙ୍କ ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଡି ଅଗ୍ନିକାଣ୍ଡରେ ସଦାନନ୍ଦ ମହୁରୀଙ୍କର ୨ ଲକ୍ଷ ଟଙ୍କା, ଧାନଚାଉଳ, ସୁନାରୂପା ସବୁ ପୋଡିଯାଇଥିବାର ଜଣାପଡିଛି । ଦମକଳ ବାହିନୀ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ମଧ୍ୟ ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଯୁବନେତା ହରିହର ମଣ୍ଡଳ, କଂଗ୍ରେସ ନେତା ସୁବ୍ରତ ଦାସ ଓ ରାଜକିଶୋର ସ୍ୱାଇଁ, ସରପଞ୍ଚ କିଶୋର କିଙ୍କର ପଢିଆରୀ ଓ ରାଜ୍ୟ ବିଜେଡି ସାଧାରଣ ସଂପାଦକ ଇଂ ପ୍ରୟାସକାନ୍ତି ସାମଲ ଘଟଣାସ୍ଥଳରେ ପହଞ୍ôଚ ଅଗ୍ନି ବିପନ୍ନଙ୍କୁ ସହାୟତାର ହାତ ବଢାଇଥିବାର ଜଣାପଡିଛି । ଏବେ ଗ୍ରୀଷ୍ମପ୍ରବାହ ଅଧିକ ବୃଦ୍ଧି ପାଉଥିବାରୁ ଏହିଭଳି ଅଗ୍ନିକାଣ୍ଡ ଘଟିବାର ଆଶଙ୍କା ଅଧିକ ଥିବାରୁ ଏ ଦିଗରେ ସମସ୍ତେ ସଜାଗ ରହିବାକୁ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଛି ।