Home କେନ୍ଦୁଝର ଗୋଚର ଜମିରେ ମେଣ୍ଟାଲ ଖଣି, ପ୍ରଶାସନ ଜାଣି ଅଜଣା

ଗୋଚର ଜମିରେ ମେଣ୍ଟାଲ ଖଣି, ପ୍ରଶାସନ ଜାଣି ଅଜଣା

19

ହାଟଡ଼ିହି, ୧୬ । ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହି ତହସିଲର ବାଙ୍ଗୋର ଅଞ୍ଚଳରେ ଥିବା ଏକ ଗୋଚର ଜମିରେ ଦୀର୍ଘବର୍ଷ ହେଲା ଚୋରା ମେଣ୍ଟାଲ ଖଣି ଚାଲୁ ଥିଲେ ମଧ୍ୟ ପ୍ରଶାସନ ଜାଣି ନଜାଣିବା ଭଳି ଅଭିନୟ କରୁଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଏହି ଗୋଚର ଜମିରେ ଓଡିଶା ଖଣି ନିଗମର ମାଇନିଂ ଡମ୍ପ କରି ତାର ବର୍ଯ୍ୟବସ୍ତୁକୁ ଗଛିତ କରିଥିଲା । ଏହି ବର୍ଯ୍ୟବସ୍ତୁ ଭିତରେ ମେଣ୍ଟାଲ ପଥର ସମେତ କ୍ରୋମାଇଟ ମଧ୍ୟ ଗଚ୍ଛିତ ଥିଲା । ଏହା ଭିତରେ କିଛି ମାଫିଆ ଦିନରେ କ୍ରୋମାଇଟକୁ ଚୋରା ଚାଲାଣ କରୁଥିବାବେଳେ ରାତିରେ କ୍ରୋମାଇଟ ସବୁକୁ ଚୋରା ଚାଲାଣ କରିଥାନ୍ତି । ଏପରିକି ସ୍ଥାନୀୟ ସିକ୍ୟୁରିଟ ମାନେ ମଧ୍ୟ ଏହାକୁ ବାରଣ ନକରି ଯିବାପାଇଁ ଗଳାବାଟ ଦେଖାଇ ଦେଇଥାନ୍ତି । ଫଳରେ ଟ୍ରିପ ଟ୍ରିପ ମାଲ ବାହାରକୁ ଚୋରା ଚାଲାଣ ହୋଇ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହାନୀ ଘଟୁଛି । ପ୍ରଶାସନ ଏନେଇ କାର୍ଯ୍ୟାନୁଷ୍ଠାନ ଗଅହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି । ଏ ସମ୍ପର୍କରେ ହଦଗଡ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରେ ସେ ଏହା ଜାଣିବାପରେ ଗତ ତିନିଦିନ ହେଲା ଏଠାରେ ଠୁଳ କରାଯାଇଥିବା ମେଣ୍ଟଲ ପଥରକୁ ଜବଦ କରି ନିଲାମ ପାଇଁ ତହସିଲଦାରଙ୍କୁ ସୁପାରିଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.