ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ମନ୍ଦିରର ପାରିପାଶ୍ୱର୍ିକ ଉନ୍ନତିକରଣର ଶୁଭ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୀଠର ପାରିପାଶ୍ୱର୍ିକ ଉନ୍ନତି ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ୧ କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ ନିମନ୍ତେ ଏହି ଶିଳାନ୍ୟାସ ଉତ୍ସବର ଆୟୋଜନ ହୋଇଥିଲା । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକଙ୍କ କର କମଳରେ ଏହି ଶିଳାନ୍ୟାସ ସଂପନ୍ନ ହୋଇଛି । ଏଥି ଉପଲକ୍ଷେ ଆୟୋଜିତ ଉତ୍ସବରେ ଉଭୟ ସାଂସଦ ଓ ବିଧାୟକ ଏହି ପୀଠର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ନିଜର ଶୁଭଦୃଷ୍ଟି ରଖିଥିବା ବିଷୟ ଜନସାଧାରଣଙ୍କୁ କହିଥିବାବେଳେ ଆଗାମୀ ଦିନରେ ଏହି ପୀଠ ସମଗ୍ର ରାଜ୍ୟରେ ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇବ ବୋଲି କହିଥିଲେ । ଏହି ଉତ୍ସବରେ ଅରବିନ୍ଦ ଦୀକ୍ଷିତ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଉପଜିଲାପାଳ ତଥା ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟ ପୀତାମ୍ବର ସାମଲ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ମଳୟ ଜେନା, ଶଚି ମହାନ୍ତି, ଖଣ୍ଡତଡା ପଂଚାୟତ ସରପଞ୍ଚ ବିଶ୍ୱନାଥ ନାୟକ, ଯୋଗେନ୍ଦ୍ର ଘଡେଇ, ପ୍ରବୀର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।