Home ଜିଲ୍ଲା ପରିକ୍ରମା ବେଆଇନ୍ ଗୋରୁ ବୋଝେଇ ୨ଟି ପିକ୍‌ଅପ୍ ଭ୍ୟାନ୍ ଜବତ

ବେଆଇନ୍ ଗୋରୁ ବୋଝେଇ ୨ଟି ପିକ୍‌ଅପ୍ ଭ୍ୟାନ୍ ଜବତ

26

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ବେଆଇନ୍ ଗୋ ଚାଲାଣ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଏଥିନେଇ ନୂତନ ଭାବେ ଯୋଗ ଦେଇଥିବା ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନା ଗଣମାଧ୍ୟମକୁ ଦେଇଥିବା ପ୍ରତିଶ୍ରୁତି ଜନିତ ଆହ୍ୱାନ ପ୍ରହସନରେ ପରିଣତ ହୋଇଛି । ଗତ ମାସକ ମଧ୍ୟରେ ଭଦ୍ରକରୁ ବାହାର ରାଜ୍ୟ ପଶ୍ଚିମବଙ୍ଗ ଓ ବିଭିନ୍ନ ସ୍ଥାନକୁ ଏହି ଚୋରା ଗୋଚାଲାଣ ହେଉଥିବା ସଂଖ୍ୟା ହଜାରରୁ ଉର୍ଦ୍ଧ୍ୱ ବୋଲି ଆକଳନ କରାଯାଇଛି । ତେବେ ଗତକାଲି ରାତିରେ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ୧୬ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଦୁଇଟି ଗୋରୁ ବୋଝେଇ ବେଆଇନ୍ ପିକ୍‌ଅପ୍ ଭ୍ୟାନକୁ ସ୍ଥାନୀୟ ଲୋକେ ଅଟକ ରଖିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହି ଖବର ପାଇ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ଘଟଣାସ୍ଥଳରେ ପହଞ୍ôଚ ଗୋରୁଗୁଡିକୁ ଉଦ୍ଧାର କରିଥିଲେ । ତେବେ ଗ୍ରାମାଞ୍ଚଳ ଥାନା ପୁଲିସ୍ ପରେ ସେଠାରେ ପହଞ୍ôଚ ଦୁଇଟି ପିକ୍‌ଅପ୍ ଭ୍ୟାନ୍‌କୁ ଜବତ କରିବା ସହ ସେଥିରେ ଥିବା ୪୦ ରୁ ଉର୍ଦ୍ଧ୍ୱ ଗୋରୁଙ୍କୁ ମଇତାପୁରସ୍ଥିତ ଗୋଶାଳାକୁ ସ୍ଥାନାନ୍ତର କରିଛି । ମାତ୍ର ଗୋରୁ ମାଫିଆମାନେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଏନେଇ ପୁଲିସ୍ ତଦନ୍ତ କରୁଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.