Home ଜିଲ୍ଲା ପରିକ୍ରମା ଧାନବିକ୍ରୀ ସମସ୍ୟା ପାଇଁ ଚାଷୀଙ୍କ ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଉଠିଲେ ଚାଷୀ

ଧାନବିକ୍ରୀ ସମସ୍ୟା ପାଇଁ ଚାଷୀଙ୍କ ରାସ୍ତା ଅବରୋଧ, ପ୍ରତିଶ୍ରୁତି ପରେ ଉଠିଲେ ଚାଷୀ

25

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବସଷ୍ଟାଣ୍ଡରୁ ଥାନା ଛକକୁ ସଂଯୋଗ କରୁଥିବା ରାସ୍ତାକୁ ଆଜି ନବନିର୍ମାଣ କୃଷକ ସଙ୍ଗଠନ ନେତୃତ୍ୱରେ ଚାଷୀମାନେ ଧାନବସ୍ତା ପକାଇ ଅବରୋଧ କରିଥିଲେ । ବ୍ଲକ ଅଞ୍ଚଳର ଉଣାଅଧିକେ ସମସ୍ତ ମଣ୍ଡିରେ ଟୋକନ ଥାଇ ଧାନ ବିକ୍ରୀ କରିପାରୁନଥିବା ଜଣାଶୁଣା କଥା । ଟାର୍ଗେଟ ନଥିବା, କ୍ରମାଙ୍କ ନଂ ଆସିନଥିବା, ମିଲର ଗାଡି ପଠାଇ ନଥିବା ଆଦି ନାନା କଥା କହି ଚାଷୀଙ୍କୁ ହଇରାଣ ହରକତ କରାଯାଇଥିବା ପ୍ରତିବାଦରେ ଚାଷୀମାନେ ଧାନବସ୍ତା ରାସ୍ତା ଉପରେ ପକାଇ ବସିରହିଥିଲେ । ବିବେକାନନ୍ଦ ଜେନା, ରବିନ୍ଦ୍ର ପଣ୍ଡା, ଦାଶରଥି ପାତ୍ର, ହୃଷିକେଶ ଜେନା, ନାରାୟଣ ଜେନା, ବିଜୟ ନାୟକ, ପ୍ରମୋଦ ମହାପାତ୍ର, ରାମଚନ୍ଦ୍ର ସେଠୀ, ନିରଞ୍ଜନ ସାହୁ, ମୁରଲିଧର ଓଝା, ନିତ୍ୟାନନ୍ଦ ଭାରତୀ, ସୁଦର୍ଶନ ସାହୁ, ଭାଗବତ ମଲ୍ଲିକ, ଶେଷଦେବ ପାତ୍ର, ଦେବେନ୍ଦ୍ର ବାରିକ ପ୍ରମୁଖ ଚାଷୀ ଅବରୋଧରେ ଅଂଶଗ୍ରହଣ କରିଥିଲେ । ସ୍ଥାନୀୟ ମାର୍କେଟିଂ ଇନିସପେକ୍ଟର ରେବତୀସ ସିଂ ନାୟକ ଓ ଭାରପ୍ରାପ୍ତ ଥାନାଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ଚାଷୀଙ୍କ ସହ ଆଲୋଚନା କରିବା ସହ ଆଗାମୀ ପାଞ୍ଚ ଦିନ ମଧ୍ୟରେ ସମସ୍ତ ଅସୁବିଧା ଦୂର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅବରୋଦ ହଟାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.