Home ଜିଲ୍ଲା ପରିକ୍ରମା ‘ବିଜେଡି ଶାସନରେ ଅଣଓଡିଆ ଅଫିସରଙ୍କୁ ହାତଯୋଡୁଛନ୍ତି ବିଧାୟକ ଓ ମନ୍ତ୍ରୀ’, ବିଜେପିର ମିଶ୍ରଣ ପର୍ବ ଓ...

‘ବିଜେଡି ଶାସନରେ ଅଣଓଡିଆ ଅଫିସରଙ୍କୁ ହାତଯୋଡୁଛନ୍ତି ବିଧାୟକ ଓ ମନ୍ତ୍ରୀ’, ବିଜେପିର ମିଶ୍ରଣ ପର୍ବ ଓ ବନ୍ଧୁମିଳନ ଉତ୍ସବ

89

ଭଦ୍ରକ, ୧୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟର ବିଜେଡି ଶାସନରେ ଓଡିଶାବାସୀ ଖୁସି ନୁହନ୍ତି । କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ଯୋଜନା କହି ଲୋକଙ୍କୁ ଭୁଆଁ ବୁଲାଇବା ସମୟର ଅନ୍ତ ହୋଇଆସୁଛି । କେନ୍ଦ୍ର ଅବହେଳା ଭଳି ପ୍ରସଙ୍ଗ ଆଉ କାମ ଦେଉନି । ରାଜ୍ୟ ସରକାରରେ ଜଣେ ଅଣଓଡିଆ ଅଫିସରଙ୍କୁ ହାତଯୋଡୁଛନ୍ତି ବେଜେଡି ନେତା, ବିଧାୟକ ଓ ମନ୍ତ୍ରୀ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧର ପରିପନ୍ଥୀ । ଜନସାଧାରଣ ଏହି ଶାସନକୁ ପରିବର୍ତ୍ତନ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ତଥା ଦଳୀୟ ପ୍ରବକ୍ତା ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର ଓଡିଆମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି । ଆଜି ଭଣ୍ଡାରିପୋଖରୀ ବ୍ଲକର ରହଣିଆ ପଞ୍ଚାୟତ ଅନ୍ତର୍ଗତ ରହଣିଆ ଠାରେ ଆୟୋଜିତ ବିଜେପିର ବନ୍ଧୁମିଳନ ଉତ୍ôସବ ଓ ମିଶ୍ରଣ ପର୍ବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀମତୀ ସାମନ୍ତସିଂହାର ରାଜ୍ୟ ସରକାରଙ୍କୁ ସମାଲୋଚନା କରି ଖଣି, ପାଣି, ଡାଲି, ବାଲି ଦୁର୍ନୀତିରେ ସରକାର ବୁଡି ରହିôତବା ବେଳେ ମହିଳା, ଶିଶୁ ଓ ଚାଷୀଙ୍କ ସ୍ୱାର୍ଥ ରକ୍ଷାରେ ବିଫଳ ହୋଇଛି ବୋଲି ପ୍ରକାଶ କରିଥିଲେ । ଦଳର ବିଧାନସଭା ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ଓ ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକଙ୍କ ସଂଯୋଜନାରେ ରହଣିଆ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତ୍ତା ଅନ୍ୟ ଦଳ ପରିତ୍ୟାଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭାଜପାରେ ସାମିଲ ହୋଇଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ତଥା ଭଦ୍ରକ ସଂସଦୀୟ କ୍ଷେତ୍ରର ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଯୋଗଦେଇ ରାଜ୍ୟ ସରକାରଙ୍କର ଚାଷୀ ମାରଣ ନୀତିକୁ ବିରୋଧ କରିବା ସହ ସ୍ଥାନୀୟ ବିଧାୟକ ଅନେକ ଦୁର୍ନୀତିରେ ସାମିଲ ହୋଇ କେବଳ ନିଜର ସମ୍ପତି ବୃଦ୍ଧି କ୍ଷେତ୍ରରେ ମନୋନିବେଶ କରୁଛନ୍ତି ବୋଲି ଆକ୍ଷେପ କରିଥିଲେ ।

ଏହି ମିଶ୍ରଣ ପର୍ବରେ ରହଣିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚୈତନ୍ୟ ନାୟକ, ସମିତି ସଭ୍ୟ ସଞ୍ଜୟ ସେଠି, ରହଣିଆ କଂଗ୍ରେସର ପୂର୍ବତନ ସଭାପତି ପ୍ରଫୁଲ ବେହୁରିଆ, ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ବଳ, ରାମଚନ୍ଦ୍ର ରାଉତ, ଭୀମସେନ ନାୟକ, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅମୂଲ୍ୟ ସେଠି, ବୁଦ୍ଧିରାମ ମଲ୍ଲିକ, ଚକ୍ରଧର ରାଉତ, ଜେନା, ଯୁବନେତା ସାଗର ଲେଙ୍କା, ଆଦିତ୍ୟ ସାମଲ, ଦେବେନ୍ଦ୍ର ଜେନା, ସୌମ୍ୟପ୍ରକାଶ ନାୟକ, ପ୍ରଦୀପ ଜେନା, ବିଜୟ ସେନାପତି, ବିଶ୍ୱନାଥ ନାୟକ, ପ୍ରଭାକର ରାଉତ, ନୀଳମାଧବ ରାଉତ, ପାର୍ଥ ବିଶ୍ୱାଳ, ସତ୍ୟରଞ୍ଜନ ପାତ୍ର, ଦୀପକ ସାମଲ, ପ୍ରକାଶ ଜେନା, ପନ ଗୋଛାୟତଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିବା ବେଳେ ମାଳଦା ପଞ୍ଚାୟତର ସୁଦର୍ଶନ ସାମଲ, ବିବେକ ଜେନା, ସୌଭାଗ୍ୟ ଦାସ, ଦୁର୍ଯ୍ୟୋଧନ ମାଝୀ ପ୍ରମୁଖଙ୍କ ନେତୃତ୍ୱରେ ଅନେକ କର୍ମୀ ଅନ୍ୟ ଦଳ ପରିତ୍ୟାଗ କରି ଭାଜପାରେ ସାମିଲ ହୋଇଥିଲେ । ସେହିପରି ଷୋଳମପୁର ପଞ୍ଚାୟତରୁ ଅନ୍ୟ ଦଳ ପରିତ୍ୟାଗ କରି ଜଗବନ୍ଧୁ ବଳ, ଗୋପେନ୍ଦ୍ର ବରାଳ, ଚକ୍ରଧର ନାୟକ, ଅନିରୁଦ୍ଧ ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ଏହି ଜୋନରେ ଅନୁଷ୍ଠିତ ମିଶ୍ରଣପର୍ବରେ ଅନ୍ୟ ପଞ୍ଚାୟତରୁ ସୌଦାମିନୀ ମହାପାତ୍ର, ଉର୍ମିଳା ଦଳାଇ, ମମତା ଦଳାଇ, ରୁକ୍ମଣୀ ତରାଇ, ଉଷାରାଣୀ ଦଳାଇ ପ୍ରମୁଖଙ୍କୁ ଉପସ୍ଥିତ ଅତିଥି ମାନେ ଦଳୀୟ ଉତ୍ତରୀୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ଦଳରେ ସାମିଲ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ଗିରିଶ ସାମଲ, ପ୍ରଫୁଲ ସାହୁ, ବରିଷ୍ଠ ନେତା ଜଗବନ୍ଧୁ ଦାସ, ଶଶିକାନ୍ତ ବିଶ୍ୱାଳ, ସୁରେଶ ସାମଲ, ନିର୍ମଳ କର, ସତ୍ୟବ୍ରତ ଦାସ, ରୁକ୍ମଣୀ ଦାସ, ତପସ୍ୱିନୀ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।ଏହି ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସୌମ୍ୟ ନାୟକ, ଅଜୟ ରାଉତ, ସତ୍ୟଜିତ ରାଉତ, ନିରାକାର ସାହୁ, ଶିବାନୀ ଶଙ୍କର ସ୍ୱାଇଁ, ପ୍ରକାଶ ନାୟକ, ବିଷ୍ଣୁନାଥ ଦାସ, ରଞ୍ଜନ ପରିଡା, ଘନଶ୍ୟାମ ମଲିକ, ବିଶ୍ୱନାଥ ତ୍ରିପାଠୀ, କରୁଣାକର ତରାଇ, ପ୍ରମୁଖ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.