Home ଜିଲ୍ଲା ପରିକ୍ରମା ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଇଂରାଜୀ ବିଭାଗର ଦୁଇ ଅଧ୍ୟାପକ ଅଡୁଆରେ, ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ର...

ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ଇଂରାଜୀ ବିଭାଗର ଦୁଇ ଅଧ୍ୟାପକ ଅଡୁଆରେ, ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ର ୪ ଅଧ୍ୟାପିକାଙ୍କୁ ତଦନ୍ତ ଦାୟିତ୍ୱ ଦେଲେ ଅଧ୍ୟକ୍ଷ

103

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଏମ୍‌ଏଜେଏମ୍‌ସି ବିଭାଗରେ ଦ୍ୱିତୀୟ ବର୍ଷରେ ପଢୁଥିବା ଜନୈକା ଛାତ୍ରୀଙ୍କୁ ଏହି ମହାବିଦ୍ୟାଳୟର ଇଂରାଜୀ ବିଭାଗର ଦୁଇଜଣ ଅଧ୍ୟାପକ ପ୍ରେମ ନିବେଦନ କରିବା ଭଳି ଗୁରୁତର ଅଭିଯୋଗ ଅଧ୍ୟକ୍ଷଙ୍କ ନିକଟରେ ପହଞ୍ôଚଛି । ଏବଂ ଅଭିଯୋଗ ପାଇବା ପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କର ପତ୍ର ନଂ ୫୦୯, ତା ୧୨.୦୨.୨୧ ରିଖ ମୂଳେ ମହାବିଦ୍ୟାଳୟର ସେକ୍‌ସୁଆଲ ହାରାସମେଣ୍ଟ ସେଲ୍‌ର ସଦସ୍ୟା ଗୃହ ବିଜ୍ଞାନ ବିଭାଗର ଡ. ସ୍ମିତା ସାହୁ, ସମାଜବିଜ୍ଞାନର ଡ. ଅରୁନ୍ଧତି ମହାନ୍ତି, ଓଡ଼ିଆ ବିଭାଗର ଡ. ଲିପିକା ନାୟକ ଓ ଗୃହ ବିଜ୍ଞାନର ଡ. ସ୍ମରଣିକା ପରିଡାଙ୍କୁ ଆସନ୍ତା ୧୮ ତାରିଖ ସୁଦ୍ଧା ଏହି ଘଟଣାର ତଦନ୍ତ କରି ପ୍ରକୃତ ସତ୍ୟାସତ୍ୟ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଛାତ୍ରୀ ଜଣକ ଅଧ୍ୟକ୍ଷଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଗତବର୍ଷ ପ୍ରଥମ ମିଡ୍ ସେମିଷ୍ଟାର ପରୀକ୍ଷା ଦାୟିତ୍ୱରେ ଇଂରାଜୀ ବିଭାଗର ସଂପୃକ୍ତ ଅଧ୍ୟାପକ ରହିଥିବାବେଳେ ତାଙ୍କୁ ପରୀକ୍ଷା କୋଠରୀରେ ବିଭିନ୍ନ ପ୍ରକାର ବ୍ୟକ୍ତିଗତ ପ୍ରଶ୍ନ ପଚାରିଥିଲେ । ଏବଂ ତାଙ୍କ ହାତ ଓ ପିଠିକୁ ମନ୍ଦ ଉଦ୍ଦେଶ୍ୟ ରଖି ବାରମ୍ବାର ସ୍ପର୍ଶ କରିଥିଲେ । ସେହିଦିନ ଠାରୁ ସଂପୃକ୍ତ ଅଧ୍ୟାପକ ଛାତ୍ରୀଙ୍କୁ ମୋବାଇଲ୍‌କୁ ବିଭିନ୍ନ ମେସେଜ୍ ପଠାଇ ଚାଲିଥିଲେ । ପ୍ରଥମେ ଛାତ୍ରୀ ଜଣକ ଭୟଭୀତ ହୋଇ ତାଙ୍କ ମେସେଜ୍‌ର ଉତ୍ତର ଦେଇଥିଲେ । ମାତ୍ର କିଛିମାସ ପରେ ସେ ସାହାସ ସଂଚୟ କରି ଅଧ୍ୟାପକଙ୍କ ନମ୍ବରକୁ ବ୍ଲକ୍ କରିଦେଇଥିଲେ । ଏହାପରେ ମଧ୍ୟ ଅଧ୍ୟାପକ ଜଣକ ନିଜ ବିଭାଗର ବିଭିନ୍ନ ଛାତ୍ରମାନଙ୍କ ଦ୍ୱାରା ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟାହ କରି ତାଙ୍କ ସହିତ ପ୍ରେମ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ । ଏପରିକି କଲେଜ ନିକଟରେ ଥିବା ଛାତ୍ରୀଙ୍କ ଘରପାଖକୁ ଯାଇ ଇସାରା ମାଧ୍ୟମରେ ବିଭିନ୍ନ କଥା କୁହନ୍ତି ।

କେବଳ ଏହି ଅଧ୍ୟାପକ ନୁହଁନ୍ତି ସେହି ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଥିବା ଜଣେ ଅଧ୍ୟାପକ ମଧ୍ୟ ତାଙ୍କୁ ଫୋନ୍ କରି ବିଭାଗକୁ ଡକାଇଥିଲେ । ସେ କାରଣ ପଚାରିଲେ କିଛି ନକହି ତାଙ୍କ ପାଖକୁ ଆସିଲେ କହିବେ ବୋଲି ସୂଚାଇଥିଲେ । ଛାତ୍ର ଜଣକ ପଢୁଥିବା ବିଭାଗ ସହିତ ସଂପୃକ୍ତ ଦୁଇ ଅଧ୍ୟାପକଙ୍କ କୌଣସି ସଂପର୍କ ନଥିବା ସ୍ଥଳେ ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଥିବା ବିଷୟ ଛାତ୍ରୀ ଜଣକ ଅଭିଯୋଗ କରିଛିି । ଏବଂ ସେମାନେ ତାଙ୍କୁ ବହୁ ମାନସିକ ନିର୍ଯ୍ୟାତନା ଦେଇଥିବାର ଦର୍ଶାଇ ଲୋକଲଜ୍ଜା ଭୟରେ ଏହି କଥାକୁ ସେ ବହୁଦିନ ଧରି ନିଜ ମଧ୍ୟରେ ଚାପି ରଖିଥିବାରୁ ସେମାନେ ଉତ୍ସାହିତ ହୋଇ ଅଧିକ କ୍ରିୟାଶୀଳ ହୋଇଉଠିଛନ୍ତି ବୋଲି ଦର୍ଶାଇଛନ୍ତି । ଏଣୁ ଏହି ଘଟଣାରେ ଛାତ୍ରୀ ଜଣକ ମାନସିକ ସ୍ତରରେ ଦୁର୍ବଳ ହୋଇପଡିବାରୁ ତାଙ୍କୁ ଲୋକଲଜ୍ଜାରୁ ରକ୍ଷା କରିବା ପାଇଁ ସଂପୃକ୍ତ ଦୁଇଜଣ ଅଧ୍ୟାପକଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ଅନ୍ୟଥା ସେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀ, ମହିଳା କମିଶନ, ସ୍ଥାନୀୟ ଲୋକ ପ୍ରତିନିଧି ଓ ଆଇନ୍‌ର ଆଶ୍ରୟ ନେବାକୁ ବାଧ୍ୟ ହେବେ ବୋଲି ଦର୍ଶାଇଛନ୍ତି । ଏବଂ ସେ ଏହି ଘଟଣାରେ ପ୍ରମାଣସ୍ୱରୂପ ସଂପୃକ୍ତ ଅଧ୍ୟାପକଙ୍କ ଟେଲିଫୋନ୍ କଥାବାର୍ତ୍ତାର ଅଡିଓ ରେକର୍ଡ ଓ ମେସେଜ୍ ଚାଟ୍‌ର ଫଟୋ କପି ନିଜର ଅଭିଯୋଗ ପତ୍ର ସହ ଦାଖଲ କରିଛନ୍ତି । ତେବେ ଏହି ଘଟଣା ସଂପର୍କରେ ସଂପୃକ୍ତ ଅଧ୍ୟାପକଙ୍କ ସହ ଯୋଗାଯୋଗ କରିବାରୁ, ସେମାନେ ନିଜର ମୋବାଇଲ୍ ଫୋନ୍ ଉଠାଇନଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.