କୋରାପୁଟ ; ତା୦୫-୦୨(ଓଡିଆ ପୁଅ /ରଂଜନ ଦାସ) ପଦ୍ମଶ୍ରୀ କମଳା ପୂଜାରୀ ସୁସ୍ଥ ହୋଇ ନିଜ ଘର ଜୟପୁରର ପାତ୍ରପୁଟକୁ ଯାଇଥିବା ଜଣାପଡିଛି ।ପଦ୍ମଶ୍ରୀ କମଳା ପୂଜାରୀ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ହୋଇ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ଗତ ମଙ୍ଗଳବାର ରାତ୍ରୀରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ ।ଆଜି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁଧିରିବାରୁ ନିଜ ଘରକୁ ସରକାରୀ ଆମ୍ବୁଲାନସରେ ଯାଇଥିବା ଜଣାପଡିଛି ।ଆଜି ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ହସପିଟାଲ ଯାଇ ତାଙ୍କୁ ଭେଟିବା ସହ ସରକାରୀ ଆମ୍ବୁଲାନସରେ ନିଜ ଘରକୁ ପଠେଇଥିଲେ ବୋଲି ଜଣାପଡିଛି ।ଗତ ୩ ତାରିଖ ଦିନ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ,ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି , ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା , ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ , କୋରାପୁଟ ବିଧାୟକ ରଘୁରାମ ପଡାଲ ପ୍ରମୁଖ ହସପିଟାଲ ଯାଇ ତାଙ୍କୁ ଭେଟିଥିଲେ ।