Home ଜିଲ୍ଲା ପରିକ୍ରମା ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

ପୂର୍ବତନ ଅତିରିକ୍ତ ଜିଲ୍ଲାପାଳଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

26

ଭଦ୍ରକ, ୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ସଦାବର୍ତ୍ତ ମଠ ପରିସରରେ ମଠର ଟ୍ରଷ୍ଟି ତଥା ଭଦ୍ରକର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ଟ୍ରଷ୍ଟର ସଦସ୍ୟ, ସମାଜସେବୀ ସୁଧାକର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ସମ୍ମାନିତ କରାଯାଇଛି । ଶ୍ରୀଯୁକ୍ତ ମିଶ୍ରଙ୍କ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଯୁଗ୍ମ ଶାସନ ସଚିବ ଭାବେ ବଦଳି ହୋଇଥିବାରୁ ତାଙ୍କୁ ଭଦ୍ରକ ଜିଲ୍ଲାରୁ ବିଦାୟ ନେବାକୁ ହୋଇଛି । ଏଥି ନିମନ୍ତେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଦାବର୍ତ୍ତ ମଠ ସଂସ୍କୃତ ଟୋଲ୍‌ର ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀ ସୂର୍ଯ୍ୟକାନ୍ତ ପାଢୀ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ମିଶ୍ର ସଦାବର୍ତ୍ତ ମଠର ଟ୍ରଷ୍ଟି ଭାବେ ଦାୟିତ୍ୱ ନେବା ପରଠାରୁ ମଠ ପ୍ରତି ତାଙ୍କର ଆନ୍ତରିକତା ଓ ନିଷ୍ଠା ଯୋଗ ମଠର ବହୁବିଧ ଉନ୍ନତି ସାଦନ ହୋଇ ପାରିଛି । ସେଥିଲାଗି ସେ ସଦାସର୍ବଦା ସ୍ମରଣୀୟ ଓ ପ୍ରଶଂସାର ପାତ୍ର । ତାଙ୍କ ସମୟରେ ମଠ ଜମିର ପୁନରୁଦ୍ଧାର ହେବା ସହି ବିଭିନ୍ନ ପର୍ବପର୍ବାଣୀ ପାଳନ ସୁଚାରୂ ଭାବେ ହୋଇଛି । ଶ୍ରୀଯୁକ୍ତ ମିଶ୍ର ଜଣେ ଅମାୟିକ ବ୍ୟକ୍ତିତ୍ୱ, ମିଷ୍ଠାଭାଷୀ, ଦରଦୀ ମଣିଷ । ତାଙ୍କ ବଦଳି ଭଦ୍ରକବାସୀଙ୍କୁ ମାନସିକ ଆଘାତ ଦେଇଛି ବୋଲି ଅତିଥି ଓ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଏହି ସଭାରେ ବିଦ୍ରାଧର ସାହୁ, ରତନଲାଲ ସାହୁ, ପ୍ରଫୁଳ୍ଲ କୁମାର ସାହୁ, ଡଃ ବାଇଧର ସାହୁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ମଠ ମ୍ୟାନେଜର ସୂର୍ଯ୍ୟମଣୀ ନାୟକ, ସଦସ୍ୟ ପୂର୍ଣ୍ଣଚନ୍ଦ୍ର ସେନ, ମଠ ପଣ୍ଡିତ ଧ୍ରୁବ ଚରଣ ଦାସ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.