ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ହରସିଂହପୁର ପଞ୍ଚାୟତ ଅଧୀନ ପାଢ଼ୀସାହି ଗ୍ରାମର ଗତକାଲି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟି ୬ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ପ୍ରଫୁଲ୍ଲ ପାଢ଼ୀ, ପ୍ରଭାତ ପାଢ଼ୀ, ନାରାୟଣ ପାଢ଼ୀ, ବିଷ୍ଣୁମୋହନ ପାଢ଼ୀ, କୃଷ୍ଣଚନ୍ଦ୍ର ପାଢ଼ୀଙ୍କର ଘରର ସମସ୍ତ ଧାନ, ଚାଉଳ, ଗହମ, ବେଲା ବାସନ, ଖଟ, ପଲଙ୍କ ଇତ୍ୟାଦି ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ନିଆଁରେ ପୋଡ଼ି ଭସ୍ମୀଭୂତ ହୋଇଯାଇଥିବା ଆକଳନ କରାଯାଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଗଦିରୁ ଦମକଳବାହିନୀ ପହଞ୍ôଚ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର ସୂଚନା ପାଇବା ପରେ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶରେ ପୀରାହାଟ ରାଜସ୍ୱ ନିରୀକ୍ଷକ ମୀନକେତନ ଦାସ, ରେଭିନ୍ୟୁ ସୁପରଭାଇଜର ଗିରିଶ ଚନ୍ଦ୍ର ନାୟକ ଅଗ୍ନିବିପନ୍ନଙ୍କ ପାଖରେ ପହଞ୍ôଚ ତୁରନ୍ତ ପଲଥିନ୍ ଯୋଗାଇଦେବା ସହିତ କ୍ଷତ୍ରିୟ ତଦନ୍ତ କରିଥିଲେ । ଏଥିସହିତ ପ୍ରଶାସନ ତରଫରୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ପଦକ୍ଷେପ ନିଆଯାଇଥିବାର ଜଣାଯାଇଛି ।