Home ଜିଲ୍ଲା ପରିକ୍ରମା କଲେଜ ଛାତ୍ରୀଙ୍କ ଠାରୁ ମୋବାଇଲ୍ ଓ ବ୍ୟାଗ୍ ଲୁଟ୍ ଘଟଣାରେ ଜଣେ ଗିରଫ

କଲେଜ ଛାତ୍ରୀଙ୍କ ଠାରୁ ମୋବାଇଲ୍ ଓ ବ୍ୟାଗ୍ ଲୁଟ୍ ଘଟଣାରେ ଜଣେ ଗିରଫ

34

ଭଦ୍ରକ, ୨୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ରାଣୀତାଲ ଅଂଚଳରୁ ଗ୍ରାମାଞ୍ଚଳ ପୁଲିସ୍ ଏକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଯୁବକ ଜଣକ ଭଦ୍ରକ ଚରମ୍ପା କଲେଜର ଜଣେ ଛାତ୍ରୀଙ୍କ ଠାରୁ ବ୍ୟାଗ୍ ଲୁଟ୍ କରିବା ଘଟଣାରେ ଗ୍ରାମାଞ୍ଚଳ ପୁଲିସ୍ ତାକୁ ଗିରଫ କରିଛି । ଅଭିଯୁକ୍ତ ପୁଲିସ୍ ସମ୍ମୁଖରେ ଦୋଷ ସ୍ୱୀକାର କରିବା ସହିତ ଏହିଭଳି ଦୁଇଟି ଘଟଣାରେ ସେ ସଂପୃକ୍ତ ଅଛି ବୋଲି ନିଜେ ସ୍ୱୀକାର କରିଛି । ଚରମ୍ପା କଲେଜ ଛାତ୍ରୀଙ୍କ ଠାରୁ ମୋବାଇଲ୍ ଫୋନ୍ ଓ ସାର୍ଟିଫିକେଟ୍ ଲୁଟ୍ କରିଥିବାବେଳେ ସୋରୋ ୟୁଏନ୍ କଲେଜରୁ ମଧ୍ୟ ଅନୁରୂପ ଭାବେ ଏକ ଲୁଟ୍ କରିଥିଲା । ପୁଲିସ୍ ଅଭିଯୁକ୍ତ ନିକଟରୁ ୫ଟି ମୋବାଇଲ୍ ଫୋନ୍ ଓ ଅର୍ଜିନାଲ ସାର୍ଟିଫିକେଟ୍‌, ଏକ ବ୍ୟାଗ୍ ଓ ଏକ ବାଇକ୍‌କୁ ଜବତ କରିଛି । ଅଭିଯୁକ୍ତର ଘର ଅସୁରାରେ ବୋଲି ଜଣାପଡିଛି । ଅଭିଯୁକ୍ତ ତାର ପତ୍ନୀକୁ ମହାନଦୀକୁ ଠେଲି ହତ୍ୟା ଅଭିଯୋଗରେ ଟାଉନ୍ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତ ୧୨ ବର୍ଷ ଜେଲଦଣ୍ଡ ଭୋଗ କରିଥିବା ପୁଲିସ୍ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.