ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରାଳପୋଖରୀ ହନୁମାନ ସାହିରେ ଥିବା ବହୁ ପୁରାତନ ହନୁମାନ ଜୀଉ ମନ୍ଦିର ପରିସରରେ ଦୀର୍ଘ ତିନି ଦିନ ଧରି ଚାଲିଆସୁଥିବା ବିଶ୍ୱଶାନ୍ତି ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ପ୍ରଥମ ଦିନରେ କଳସ ଶୋଭାଯାତ୍ରା, ଦ୍ୱୀତିୟ ଦିନରେ ରୁଦ୍ରାଭିଷେକ ଓ ଅନ୍ତିିମ ଦିନରେ ଗୀତା ପାଠ ମହାଯଜ୍ଞର ପୁର୍ଣ୍ଣାହୁତି ହୋଇଛି । ସମଗ୍ର ଓଡ଼ିଶାରେ ବିରଳ ପ୍ରାୟ କ୍ରମଶ ବୃଦ୍ଧି ପାଉଥିବା ଉକ୍ତ ଅଲୈାକିକ ବିଗ୍ରହ ବର୍ତ୍ତମାନ ୫ଫୁଟ ଉଚ୍ଚତା ଓ ୩ଫୁଟ ଚଉଡ଼ାରେ ପହଞ୍ଚିଛି । ମହାବୀରଙ୍କ ଡ଼ାହାଣ ହସ୍ତରେ ଗନ୍ଧମାର୍ଦ୍ଧନ ପାହାଡ଼ ଓ ବାମ ହସ୍ତରେ ନିମ୍ନକୁ ଥିବାର ଦେଖିବାକୁ ମିଳେ । ସୂଚନା ଅନୁସାରେ , ମକର ସଂକ୍ରାନ୍ତି, ହନୁମାନ ଜୟନ୍ତୀ,ମହାବିଷୁବ ସଂକ୍ରାନ୍ତି ବଡ଼ ଜାକଜକମରେ ତଥା ଏକ ପବିତ୍ର ପରିବେଶରେ ପାଳିତ ହୋଇଥାଏ । ତତ୍ ସହିତ ବିଶ୍ୱର ଶାନ୍ତି କାମନା ନିମନ୍ତେ ତ୍ରିଦିବସୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆଜି ଏକ ଭକ୍ତିମୟ ପରିବେଶରେ ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ଉଦଯାପିତ ହୋଇଛି ।