Home ଜିଲ୍ଲା ପରିକ୍ରମା ଧାମରାରେ ବିଜୁ ଯୁବ ବାହିନୀର ବୈଠକ, ଆଗାମୀ ଦିନରେ ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ...

ଧାମରାରେ ବିଜୁ ଯୁବ ବାହିନୀର ବୈଠକ, ଆଗାମୀ ଦିନରେ ନବୀନଙ୍କ ହାତ ମୁଠାକୁ ଟାଣ କରିବାକୁ ଯୁବ ଶକ୍ତିକୁ ଆହ୍ୱାନ

16

ଭଦ୍ରକ, ୨୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ଦିନରେ ନବୀନଙ୍କ ହାତ ମୁଠାକୁ ଟାଣ କରିବା ସହ ଶାସକ ଦଳର ସମସ୍ତ କାର୍ଯ୍ୟକ୍ରମକୁ ଲୋକାଭିମୁଖୀ କରିବା ଦିଗରେ ଯୁବ ଜନତା ଏବଂ ଛାତ୍ର ଜନତା ଆଗେଇ ଆସିବା ଜରୁରୀ ବୋଲି ଆଜି ଧାମରା ଠାରେ ହୋଇଥିବା ବୈଠକରେ ଯୋଗ ଦେଇଥିବା ସମସ୍ତ ନେତୃବୃନ୍ଦ ମତ ପୋଷଣ କରିଥିଲେ । ବିଜୁ ଯୁବ ଜନତା ଦଳର ରାଜ୍ୟ ସଂଯୋଜକ ପ୍ରିନ୍ସ ରାକେଶ ନାୟକଙ୍କ ଆବାହକତ୍ୱ ଏବଂ ବିଜୁ ଜିଲ୍ଲା ଛାତ୍ର ଜନତା ଦଳର ସହ ସଭାପତି ଜ୍ୟୋତିରଞ୍ଜନ ଲେଙ୍କା(ଚଗୁଲୁ) ସଭାପତିତ୍ୱରେ ହୋଇଥିବା ବୈଠକରେ ଧାମରା ଜୋନର ବିଜୁ ଜନତା ଦଳର ସଭାପତି ରମେଶ ନାୟକ,ଜାଗୁଳା ପଂଚାୟତର ବିଜେଡି ସଭାପତି ନିରଞ୍ଜନ ମଣ୍ଡଳ, ଚାନ୍ଦବାଲି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ, ପ୍ରମୁଖ ଯୋଗ ଦେଇଥିଲେ । ଆଗାମୀ ୩୧ ତାରିଖରେ ଭଦ୍ରକ ଠାରେ ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ସମ୍ମିଳନୀକୁ ସଫଳ କରାଇବା ପାଇଁ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବାଂଶଡା,ଧାମରା,ଜାଗୁଳା,ଦୋସିଙ୍ଗା,କଇଥଖୋଲା,କରଞ୍ଜମାଳ,କରଣପଲ୍ଲୀ, ପଂଚୁଟିକ୍ରି ପଂଚାୟତରୁ କିପରି ସମସ୍ତ ବିଜୁ ଯୁବ ବାହିନୀ ଏବଂ ବିଜୁ ଛାତ୍ର ବାହିନୀର ଏହି ସମ୍ମିଳନୀରେ ଯୋଗ ଦେବେ ତାହା ମଧ୍ୟ ଆଲୋଚନା ହୋଇଥିଲା ।

ଏଥି ସହ ଆଗାମୀ ଦିନରେଏହି ଦୁଇ ବାହିନୀ କିପରି ତୃଣମୂଳ ସ୍ତରରୁ ଲୋକ ମାନଙ୍କୁ ସାହାଯ୍ୟ କରିବା ସହ ଦଳକୁ ଆଉ ପାଦେ ଆଗେଇ ନେବେ ତାହା ମଧ୍ୟ ଆଲୋଚନାରେ ସ୍ଥାନ ପାଇଥିଲା । ଆଜିର ହୋଇଥିବା ବୈଠକରେ ଜାଗୁଳା ପଂଚାୟତର ବିଜେଡି ସଭାପତି ନିରଞ୍ଜନ ମଣ୍ଡଳ, କଇଥଖୋଲା ପଂଚାୟତର ପୂର୍ବତନ ସରପଂଚ ବନବିହାରୀ ମାଇତି, ଧାମରା ପଂଚାୟତର ସରପଂଚ ପ୍ରିୟରଞ୍ଜନ ଜେନା(ପାପା), ପଂଚୁଟିକ୍ରି ପଂଚାୟତର ପୂର୍ବତନ ସରପଂଚ ଅନୀଲ ନାୟକ, ଦୋସିଙ୍ଗା ପଂଚାୟତ ପୂର୍ବତନ ସରପଂଚ ଅଶୋକ ଜାନା, ବିଜୁ ଯୁବ ଜନତା ଦଳର ସାଧାରଣ ସଂପାଦକ ପରୀକ୍ଷିତ ଦାସ, ଅତୁଲ କୁମାର ଜାନା,ବିଜୁ ଯୁବ ଜନତା ଦଳର ଜିଲ୍ଲା ସଂପାଦକ ପ୍ରମୋଦ କୁମାର ନାୟକ(ଦିଲୁ), ବାଇଧର ପାତ୍ର, ଜାଗୁଳା ପଂଚାୟତର ବିଜୁ ଛାତ୍ର ଜନତା ଦଳର ସଭାପତି ଚନ୍ଦ୍ରକାନ୍ତ ଗିରି, ସବ୍ୟସାଚୀ ମଢୁଆଳ, ନିରାକାର ପ୍ରଧାନ, ଦୁଶାସନ ଦାସ, ଶକ୍ତିସିଂ ପାତ୍ର, ରାଜେଶ ବିଶ୍ୱାଳଙ୍କ ସମେତ ଧାମରା ୮ପଂଚାୟତର ବିଜୁ ଯୁବ ଜନତା ଦଳ ଏବଂ ବିଜୁ ଛାତ୍ର ଜନତା ଦଳର ସଂପାଦକ ଏବଂ ସଭାପତିଙ୍କ ସହ ବହୁ ସାଙ୍ଗଠୈନିକ କର୍ମକର୍ତା ମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଶେଷରେ ଅତୁଲ ଜାନା ଧନ୍ୟବାଦ ପୂର୍ବକ ବୈଠକ ଶେଷ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.