Home ଜିଲ୍ଲା ପରିକ୍ରମା ଗୋପିନାଥ ଚ୍ୟାଲେଞ୍ଜଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ରାମେଶ୍ୱର ଓ ୟୁନିକ୍ ଇଲେଭେନ

ଗୋପିନାଥ ଚ୍ୟାଲେଞ୍ଜଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ରାମେଶ୍ୱର ଓ ୟୁନିକ୍ ଇଲେଭେନ

23

ଭଦ୍ରକ, ୨୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ରଘୁନାଥପୁର କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଅଦୈତ ମେମୋରିଆଲ ଗୋପିନାଥ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟର ପ୍ରଥମ ଓ ଦ୍ୱିତୀୟ ଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଇଯାଇଛି । ପ୍ରଥମାର୍ଦ୍ଧରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ଯାଜପୁର ଇଲେଭେନ ଓ ଭୁବନେଶ୍ୱର ରାମେଶ୍ୱର କ୍ରିକେଟ ଦଳ ପରସ୍ପରକୁ ଭେଟିଥିଲେ । ଯାଜପୁର ଇଲେଭେନ ଦଳ ଟସ ଜିଣି ଫିଲ୍ଡିଂ କରିଥିଲା । ରାମେଶ୍ୱର ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୨୧୯ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ଗିରିଜା ମିଶ୍ର ୪୭ ବଲ ରୁ ୪୮ରନ ଓ ସମ୍ପିତ ବରାଳ ୨୦ ବଲରୁ ୫୭ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ବୋଲର ରାଜା ଧଳ ୩ ଓଭରରେ ୩୫ ରନ ଦେଇ ୩ ଉଇକେଟ ଓ ସତ୍ୟବ୍ରତ ସ୍ୱାଇଁ ୪ ଓଭରରେ ୩୧ ଦେଇ ୨ ଉଇକେଟ ହାସଲ କରିଥିଲେ । ୨୨୦ ରନ ବିଜୟ ଲକ୍ଷ୍ୟନେଇ ଇଲେଭେନ ଦଳ ସମସ୍ତ ଉଇକେଟ ହରାଇ ୧୪୩ ରନ କରି ପରାଜିତ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ଅଭିଳାଷ ରାଉତ ୩୧ ଓ ଜ୍ଞାନରଞ୍ଜନ ଦାସ ୩୧ରନ ସ୍କୋର କରିଥିଲେ । ପ୍ରତିପକ୍ଷ ଦଳର ବୋଲର ୩ ଓଭରରେ ୨୩ ରନ ଦେଇ ୫ଉଇକେଟ ଓ ଅଶୁତୋଷ ବଳ ୩ଓଭରରେ ୩୨ ରନ ଦେଇ୨ଉଇକେଟ ହାସଲ କରିଥିଲେ । ଦ୍ୱିତୀୟାର୍ଦ୍ଧରେ ଭଦ୍ରକ ୟୁନିକ କ୍ରିକେଟ ଏକାଡେମୀ ସହ ଭଦ୍ରକ ଇଷ୍ଟକୋଷ୍ଟ ରେଲୱେ ଦଳର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୟୁନିକ୍ ଦଳ ଟସ ଜିଣି ପ୍ରଥମେ ବ୍ୟାଟିଂ କରିଥିଲା । ଏହି ଦଳ ୧୮ ଓଭରରେ ୯ ଉଇକେଟ ହରାଇ ୧୮୪ ରନ ସ୍କୋର କରିଥିଲା । ଦଳ ପକ୍ଷରୁ କ୍ଷମାସାଗର ବଳ ୩୨ ବଲରେ ୮୭ ରନ ଓ ରାମଚନ୍ଦ୍ର ବେହେରା ୩୭ ବଲରେ ୫୯ ରନ ସ୍କୋର କରିଥିଲେ । ପ୍ରତିପକ୍ଷ ଦଳର ବୋଲର ହରେକୃଷ୍ଣ ବାରିକ ୩ ଉଇକେଟ ଓ ହରଜିତ ରାଠୋର ୪ ଉଇକେଟ ହାସଲ କରିଥିଲେ । ୧୮୫ ବିଜୟ ଲକ୍ଷ୍ୟ ନେଇ ଇଷ୍ଟକୋଷ୍ଟ ରେଲୱେ ଦଳ ୯ ଉଇକେଟ ହରାଇ ୧୭୧ ରନ କରି ପରାଜିତ ହୋଇଥିଲା । ଏହି ଦଳର ଜ୍ୟୋତିରଞ୍ଜନ ମହାରଣା ୨୯ ବଲ ରୁ ୫୮ ରନ ଓ ସାହିଲ ଖାଁ ୧୯ ବଲରୁ ୪୭ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର କ୍ଷୀତିଶ ମହାନ୍ତି ଓ ପ୍ରକାଶ ଜେନା୨ ଉଇକେଟ ଲେଖାଏଁ ହାସଲ କରଥିଲେ । କ୍ଷମାସାଗର ବଳ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅମ୍ପାୟାର ଭାବେ ଶରତ ଚନ୍ଦ୍ର ଜେନା ଓ ଲଲାଟ କେଶରୀ ନନ୍ଦ ମ୍ୟାଚ ପରିଚାଳନା କରିଥିଲେ । ସ୍କୋରର ଭାବେ ଚିନ୍ମୟ ରାଉତରାୟ ଓ ଜୟନ୍ତ କୁମାର ନାୟକ ଦାଇତ୍ୱ ତୁଲାଇଥିଲେ । ଧାରାବିବରଣୀ ଦେଇଥିଲେ ପ୍ରଦୀପ୍ତ ନାୟକ ଓ ବିଷ୍ଣୁ ଚରଣ ବୋଇତାଇ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.